ହାଇୱା ବାଇକ ଧକ୍କା : ଜଣେ ଗୁରୁତର
ହାଟଡିହି, (ବିକାଶ ବିଶ୍ୱାଳ) :ହାଟଡିହି ବ୍ଲକ ଅଣା-ସମଣା ରାସ୍ତାରେ ଗତକାଲି ରାତିରେ ଏକ ହାଇୱା ଧକ୍କାରେ ଜଣେ ବାଇକ ଆରୋହୀ ଗୁରୁତର ହୋଇଥିବା ଜଣାଯାଇଛି । ଖବରରୁ ଜଣାଯାଇଛି ଯେ ଆମ୍ବୋ ପଞ୍ଚାୟତ ବିରିଡି ଗ୍ରାମର ପ୍ରଦୀପ ଲେଙ୍କା(୪୫) ଗତକାଲି ରାତିରେ ବାଇକ ଯୋଗେ ଘରକୁ ଫେରୁଥିବା ବେଳେ ବଡରମ୍ପାସ ନିକଟରେ ଏକ ହାଇୱା ଟ୍ରକ ତାଙ୍କୁ ଧକ୍କା ଦେଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ କଟକ ଡାକ୍ତରଖାନାକୁ ନିଆଯାଇ ଚିକିତ୍ସା କରାଯାଉଛି । ତାଙ୍କ ଅବସ୍ଥା ଶଙ୍କଟାପନ୍ନ ଥିବା ଜଣାପଡିଛି ।


