ଓଡ଼ିଶା ଅବସରପ୍ରାପ୍ତ ଡ଼ିପ୍ଲୋମା ଇଞ୍ଜିନୟର୍ସ ସଂଘର ସାଧାରଣ ସମ୍ମେଳନ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :ଓଡ଼ିଶା ଅବସରପ୍ରାପ୍ତ ଡ଼ିପ୍ଲୋମା ଇଞ୍ଜିନ୍ୟର୍ସ ସଂଘର ବାର୍ଷିକ ଅଧିବେଶନ ସଂଘର ସଭାପତି ଲାୟନ ଇଂ. ବିପିନ ବିହାରୀ ନାୟକଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସାମ୍ବାଦିକ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅଧିବେଶନରେ ଅଭାବ ଅସୁବିଧା ସାଙ୍ଗକୁ ପ୍ରାକୃତିକ ଦୁର୍ବିପାକ ଏବଂ ସର୍ବୋପରି ମହାମାରୀ କରୋନା ରାଜ୍ୟକୁ ଆଉଟୁ ପାଉଟୁ କରିଛି, ଫଳରେ ରାଜ୍ୟ କୁଖ୍ୟାତି ଅର୍ଜନ କରିଛି । ଦରଦାମ ବୃଦ୍ଧି ଯୋଗୁ ମିଳୁନି ପର୍ଯ୍ୟାପ୍ତ କାମ । କାମ ନ ମିଳିବାରୁ ଶ୍ରମିକ ମାନେ ନିଜର ଜୀବିକା ହରାଇ ବସିଛନ୍ତି ଯାହାକୁ ନେଇ ସଂଘ ତରଫରୁ ଘୋର ଉଦ୍ବେଗ ପ୍ରକାଶ ପାଇଥିଲା ଏବଂ ମେହନତୀ ମଣିଷର ରୋଜଗାର ପାଇଁ ସରକାର ଆବଶ୍ୟକ ପଦକ୍ଷେପ ନେବା ପାଇଁ ସଂଘ ପକ୍ଷରୁ ଦାବି କରାଯାଇଥିଲା । ଏହି ଅବସରରେ ୨୦୨୨-୨୩ ବର୍ଷ ପାଇଁ ସଂଘର ନୂତନ କର୍ମକର୍ତ୍ତା ନିର୍ବଚାନ କରାଯାଇଥିଲା । ସଂଘର ନୂତନ ବର୍ଷର କର୍ମକର୍ତ୍ତା ଭାବରେ ପୃଷ୍ଠପୋଷକ ସର୍ବଶ୍ରୀ ଇଂ ସାରଦା ପ୍ରସାଦ ମହାନ୍ତି, ଉପଦେଷ୍ଟା ଦର୍ପନାରାୟଣ ଦାସ, ସଭାପତି ଲାୟନ ଇଂ ବିପିନ ବିହାରୀ ନାୟକ, ଉପସଭାପତି ଶିବ ପ୍ରସାଦ ମିଶ୍ର, ସାଧାରଣ ସମ୍ପାଦକ ଡ଼ମ୍ବରୁଧର କବି, ଅର୍ଥ ସମ୍ପାଦକ ଶ୍ରୀକାନ୍ତ ମହାନ୍ତି, ସଂଗଠନ ସମ୍ପାଦକ ପ୍ରମୋଦ କୁମାର ମହାପାତ୍ର, ସଂଘ ମୁଖପତ୍ରର ସମ୍ପାଦକ ଭାବେ ପ୍ରଭାତ କୁମାର ମହାପାତ୍ର ଏବଂ ସହ ସମ୍ପାଦକ ଭାବେ ସମୀର ପାଣି ନିର୍ବାଚିତ ହୋଇଥିଲେ । ବିଭିନ୍ନ ଜିଲ୍ଲାର କର୍ମକର୍ତ୍ତାମାନେ ଏଥିରେ ଉପସ୍ଥିତ ରହି ନବନିର୍ବାଚିତ ପ୍ରତିନିଧି ମାନଙ୍କୁ ସମର୍ଥନ କରିଥଲେ । ଏହି କାର୍ଯ୍ୟକ୍ରମରେ ଓଡ଼ିଶାର କୋଣ ଅନୁକୋଣରୁ ବହୁ ଅବସରପ୍ରାପ୍ତ ଇଞ୍ଜିନିୟର୍ସ ଓ ଜିଲ୍ଲା କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।