କିଏ ହେବ କରଞ୍ଜିଆ ର ଉପନଗରପାଳ ? ନବାଗତ ନା ଅଭିଜ୍ଞ କାହା ଉପରେ ଆସ୍ଥା ରଖିବେ ହାଇକମାଣ୍ଡ ?

କରଞ୍ଜିଆ, (ଯୁଗାବ୍ଦ ନ୍ୟୁଜ) :- ପଞ୍ଚାୟତ ପରି ପୌର ନିର୍ବାଚନ ଫଳାଫଳ ବିଜେଡି ସପକ୍ଷରେ ରହିଛି । ଯାହାକି ବିଜେଡି ମୁଖ୍ୟ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତାକୁ ଦର୍ଶାଉଛି । ଚଳିତ ପୌର ନିର୍ବାଚନରେ କରଞ୍ଜିଆ ବିଜ୍ଞାପିତ ଅଞ୍ଚଳ ପରିଷଦ ର ଅଧକ୍ଷା ପଦ ମହିଳାଙ୍କ ପାଇଁ ସଂରକ୍ଷିତ କରାଯାଇଥିବା ବେଳେ ଜନତା ନିଜେ ନିଜ ଅଞ୍ଚଳର ଅଧକ୍ଷା ଙ୍କୁ ଭୋଟ ଦେଇ ଚୟନ କରିଛନ୍ତି । ଏଥର ପଞ୍ଚାୟତ ଏବଂ ପୌର ନିର୍ବାଚନ ବିଜେଡି ସପକ୍ଷରେ ଯାଇଛି ସତ, କିନ୍ତୁ ଭୋଟ ହାର କୁ ଦେଖିଲେ ପଞ୍ଚାୟତରେ ବିଜେଡି ଭୋଟ ହାର ବୃଦ୍ଧି ପାଇଥିବା ବେଳେ ପୌର ନିର୍ବାଚନରେ ବିଜେଡି ଭୋଟ ହାର ହ୍ରାସ ପାଇଛି । କରଞ୍ଜିଆ ରେ ବିଜେପି ବିଜୟ ଲାଭ ନକରିଥିଲେ ମଧ୍ୟ କିଛି ୱାର୍ଡ କୁ ଛାଡିଦେଲେ ଅନ୍ୟ ସବୁ ୱାର୍ଡ ରେ ବିଜେଡିକୁ କଡା ଟକ୍କର ଦେଇଛି ବିଜେପି । ଏପରିକି ଅଧକ୍ଷା ପଦ ପାଇଁ ବିଜେଡି ପ୍ରାର୍ଥୀ ପପି ପୃଷ୍ଟି ମୋଟ ୪୯୬୧ ଖଣ୍ଡ ଭୋଟପାଇଥିବା ବେଳେ ପ୍ରତିଦ୍ୱନ୍ଦୀ ବିଜେପି ପ୍ରାର୍ଥିନୀ ଜ୍ୟୋସ୍ନାରାଣ ମହାନ୍ତଙ୍କ ଠାରୁ ୯୪୫ ଖଣ୍ଡ ଭୋଟ ରେ ବିଜୟଲାଭ କରିଛନ୍ତି। ନବଗତା ପପି ପୃଷ୍ଟି ଙ୍କୁ ନୂତନ ଭାବେ ରାଜନୀତିରେ ପଦ ଥାପିଥିବା ବିଜେପି ପ୍ରାର୍ଥୀ ଜ୍ୟୋସ୍ନାରାଣୀ ମହାନ୍ତ ମଧ୍ୟ ଟକ୍କର ଦେବାରେ ସମର୍ଥ ହୋଇଛନ୍ତି । ୨୦୧୪ ନିର୍ବାଚନ ତୁଳନାରେ କରଞ୍ଜିଆ ରେ ବଢିଛି ବିଜେପି ଭୋଟ ହାର ।ତେବେ ମୋଟ ୧୫ଟି ୱାର୍ଡ ମଧ୍ୟରୁ ୧,୨ଓ୯ ନମ୍ବର ୱ।ଡ ବ୍ୟତୀତ ୧୨ଟି ୱାର୍ଡରେ ବିଜେଡି କୁ ବିପୁଳ ମାତ୍ରାରେ ବିଜୟୀ ସମର୍ଥନ ମିଳିଛି।ଉକ୍ତ ତିନୋଟି ୱାର୍ଡରେ ବିଜେପି ଦଳ ର ପ୍ରାର୍ଥୀମାନେ ବିଜୟୀ ହୋଇଥିବା ବେଳେ କାଉନସିଲର ଭାବେ ୧ ନମ୍ବର ୱାର୍ଡରୁ ବିଜେପି ପ୍ରାଥିନୀ ଇଏନଏସ ପ୍ରିୟଙ୍କା, ୨ନମ୍ବର ୱାର୍ଡରୁ ବିଜେପି ପ୍ରାର୍ଥୀନି କଳ୍ପନା ପାତ୍ର, ୩ ନମ୍ବର ୱାର୍ଡରୁ ବିଜେଡି ପ୍ରାର୍ଥୀ ବିଶ୍ବଜିତ ଚୌଧୁରା, ୪ନମ୍ବର ୱ।ଡ ରୁ ବିଜେଡିର ଅନିତା ଚାତାର, ୫ ନମ୍ବର ରୁ ବିଜେଡିର ରୂନୁପ୍ରିୟା ରଣଶିଂ,୬ ନମ୍ବର ୱ।ଡରୁ ବିଜେଡିର ସ୍ବରୂପ କୁମାର ପରିଜା, ୭ ନମ୍ବର ୱ।ଡ ରୁ ବିଜେଡିର ସୂଲତା ଦାସ , ୮ ନମ୍ବର ୱାର୍ଡରୁ ବିଜେଡି ପ୍ରାର୍ଥୀ ରଂଜିତ କୁମାର ଖାଟୁଆ, ୯ନମ୍ବର ୱାର୍ଡ ରୁ ବିଜେପି ପ୍ରାର୍ଥିନୀ ସୁଲୋଚନା ପୁଥାଳ , ୧୦ନମ୍ବର ୱାର୍ଡ ରୁ ବିଜେଡି ପ୍ରାର୍ଥୀ ବିଜୟକୁମାର ନାଏକ , ୧୧ ନମ୍ବର ୱାର୍ଡରୁ ବିଜେଡି ପ୍ରାର୍ଥୀ ବିବେକାନନ୍ଦ ଦାସ ,୧୨ ନମ୍ବର ୱାର୍ଡରୁ ବିଜେଡିର ମନ୍ଦାକିନୀ ପରିଜା, ୧୩ ନମ୍ବର ୱାର୍ଡରୁ ବିଜେଡିର ନିରାକାର ପାତ୍ର ,୧୪ ନ ୱାର୍ଡ ରୁ ବିଜେଡି ପ୍ରାର୍ଥୀ ଭାବଗ୍ରାହୀ ମହାନ୍ତ ଓ ୧୫ନମ୍ବର ୱାର୍ଡରୁ ବିଜେଡି ପ୍ରାର୍ଥିନୀ ନମିତାଘଣ୍ଟିଆଳି ବିପୂଳ ସମର୍ଥନ ପାଇ ବିଜୟଲାଭ କରିଛନ୍ତି । କରଞ୍ଜିଆ ରେ ବିଜେପି ଭୋଟ ହାର ବଢ଼ୁଥିବାରୁ ଏହା ଶାସକ ଦଳ ପାଇଁ ଚିନ୍ତାର କାରଣ ପାଲଟିଛି । ଚଳିତ ବର୍ଷ ପୌର ନିର୍ବାଚନରେ ବିଜେଡି ବିଜୟ ଲାଭ କରିଥିଲେ ମଧ୍ୟ ୩ ଟି ୱାର୍ଡ ରେ ବିଜେପି ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ବିଜେଡି ପାଇଁ କାଳ ସାଜିଛନ୍ତି ଦଳର ବିଦ୍ରୋହୀ ପ୍ରାର୍ଥୀ । ଗତ ନିର୍ବାଚନରେ ବିଜେଡି ୬ ଟି ଆସନ ପାଇଥିବା ବେଳେ ଏଥର ୧୨ ଟି ଆସନରେ ବିଜୟ ଲାଭ କରିଛି । କରଞ୍ଜିଆ ବିଜ୍ଞାପିତ ଅଞ୍ଚଳ ପରିଷଦ ର ଅଧକ୍ଷା ପଦ ବିଜେଡି ଆଖିଦୃଷ୍ଟିଆ ବ୍ୟବଧାନରେ ଜିତିନଥିବାରୁ ଏବଂ ବିଜେପି ଭୋଟରେ ଉନ୍ନତି ଘଟିଥିବାରୁ ବର୍ତ୍ତମାନ ବିରୋଧୀ ବିଜେପି ଖୁବ ଯୋଶରେ ଅଛନ୍ତି। ସେମାନେ ଶାସକ ଦଳକୁ ଘେରିବାକୁ ବାରମ୍ବାର ରାଜରାସ୍ତାକୁ ଓଲ୍ଲାହିବା ନେଇ ଅନେକ ଚିନ୍ତା ବ୍ୟକ୍ତ କଲେଣି । ଏହି ବିଦ୍ରୋହ ଆଗାମୀ ଦିନରେ ବିଜେଡି ପାଇଁ ଏକ ବଡ଼ ଚ୍ୟାଲେଞ୍ଜରେ ପରିଣତ ହେବା ନେଇ ରାଜନୈତିକ ବିଶେଷଜ୍ଞ ମତପ୍ରକାଶ କରିଛନ୍ତି । ତେଣୁ ବିଜେଡି ନିଜକୁ ଅଧିକ ମଜବୁତ କରିବାର ଆବଶ୍ୟକତା ରହିଥିବା ବିଶେଷଜ୍ଞ ପକ୍ଷ ରଖିଛନ୍ତି । ସେଥିପାଇଁ କରଞ୍ଜିଆ ପାଇଁ ଏକ ଦମଦାର ଉପନଗରପାଳ ଙ୍କ ଆବଶ୍ୟକତା ରହିଛି । ଯେକି ଅଧକ୍ଷା ଙ୍କୁ ଅଧିକ ସଶକ୍ତ କରିବା ସହ ସଂଗଠନ କୁ ଅଧିକରୁ ଅଧିକ ସୁଦୃଢ କରିବ । ସେଥିପାଇଁ ହାଇକମାଣ୍ଡଙ୍କୁ କେବଳ ଅଭିଜ୍ଞଙ୍କ ଉପରେ ହିଁ ଭରସା କରିବାକୁ ପଡିବ । ଏହି ଦୃଷ୍ଟିରୁ ଦେଖିଲେ ବିବେକାନନ୍ଦ ଦାଶ,ବିଶ୍ୱଜିତ ଚୌଧୁରୀ, ସ୍ୱରୂପ ପରିଜା ଙ୍କ ନାଁ ବିଚାର କରାଯାଇପାରେ । ସୂଚନା ଅନୁଯାୟୀ, ଅଧକ୍ଷା ପଦବୀ ରେ ବରିଷ୍ଠ ନେତା ଗିରିଧାରୀ ପୃଷ୍ଟି ନିଜ ପୁତ୍ର ବଧୂ ଙ୍କୁ ଅଧକ୍ଷା ଆସନରେ ଅଭିଷିକ୍ତ କରିଥିବାରୁ ବରିଷ୍ଠ ନେତା ତଥା ବିଜେଡି ରାଜ୍ୟ ସମ୍ପାଦକ ଦିଲ୍ଲୀପ ସାହୁଙ୍କ କ୍ୟାମ୍ପ ରୁ ଜଣଙ୍କୁ ଉପନଗରପାଳ କରାଯାଇପାରେ କିନ୍ତୁ ସମସ୍ତ କ୍ଷମତା କୁ ନିଜ ଅକ୍ତିୟାର ରେ ରଖିବାକୁ ଗିରିଧାରୀ ଙ୍କ ଗୋଟିଚାଳନା କୁ ସମସ୍ତଙ୍କ ଅପେକ୍ଷା ନିଜ କ୍ୟାମ୍ପ ରୁ ପୂର୍ବରୁ କାଉନସିଲର ରହିଥିବା ଅଭିଜ୍ଞ ବିଜୟ ନାୟକ,ଅବସରପ୍ରାପ୍ତ ଶିକ୍ଷକ ନିରାକାର ପାତ୍ର, ଯୁବ ନବାଗତ ରଣଜିତ ଖାଟୁଆ ଙ୍କ ମଧ୍ୟରୁ ଜଣଙ୍କୁ ଉପନଗରପାଳ ଆସନରେ ବସେଇବାର ପ୍ରୟାସ କରିପାରନ୍ତି ଅନ୍ୟ ପକ୍ଷରେ କରଞ୍ଜିଆ ବିଧାୟିକା ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ ଙ୍କ ପକ୍ଷରୁ ଭାବଗ୍ରାହୀ ମହାନ୍ତ ଙ୍କ ନାମ ମଧ୍ୟ ଚର୍ଚାରେ ରହିପାରେ ଅନ୍ୟ ପକ୍ଷରେ ନିଜେ କୌଣସି ପଦବୀ ରେ ନିର୍ବାଚିତ ହୋଇନଥିବାରୁ କରଞ୍ଜିଆ ବିଜ୍ଞାପିତ ଅଞ୍ଚଳ ପରିଷଦ ର କୌଣସି ବୈଠକ ରେ ଯୋଗ ଦେଇପାରିବେ ନାହିଁ ଗିରିଧାରୀ ପୃଷ୍ଟି ଏଣୁ ବିଧାୟିକା ଙ୍କ ପ୍ରତିନିଧି ଭାବେ ଖୁବ ଶୀଘ୍ର ନିଜକୁ ନିଯୁକ୍ତ କରି ସେ ସମସ୍ତ ବୈଠକ ରେ ଯୋଗ ଦେବାକୁ ଚେଷ୍ଟା କରିବା ଆରମ୍ଭ କରିଦେଇଥିବା ସୂଚନା ମିଳିଛି । କରଞ୍ଜିଆ କୁ ଏକ ଉନ୍ନତ ପ୍ରଗତିଶୀଳ ପୌର ଅଞ୍ଚଳ ଭାବେ ଆଗକୁ ନେବାର ସୁଯୋଗ ଏବଂ ନିଜ ତ୍ରୁଟି ସୁଧାରି ଆଗାମୀ ନିର୍ବାଚନ କୁ ସମୁଖୀନ ହେବାର ସୁବର୍ଣ୍ଣ ସୁଯୋଗ କୁ ବିଜେଡି ନେତୃବୃନ୍ଦ କିଭଳି ଭାବେ ଉପଯୋଗ କରୁଛନ୍ତି ଦେଖିବାକୁ ବାକି ରହିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ