ସତ୍ୟସାଇ ସେବା ସମିତି ଦ୍ୱାରା ଜିଲ୍ଲାସ୍ତରୀୟ ସେବା କାର୍ଯ୍ୟ
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା) :ସତ୍ୟସାଇ ସେବାସଙ୍ଗଠନ ପୁରୀ ଆନୁକୂଲ୍ୟରେ ଏକ ଜିଲ୍ଲାସ୍ତରୀୟ ସେବା ଶିବିର କୋଣାର୍କ ସ୍ଥିତ ବାବା ବଳିକପିଳେଶ୍ୱର ଙ୍କ ପୀଠରେ ରବିବାର ଅନୁଷ୍ଠିତ ହୋଇଯାଇଛି । ସଂଗଠନର ଜିଲା ସଂଯୋଜକ ସୂର୍ଯ୍ୟନାରାୟଣ ମହାପାତ୍ର ଙ୍କ ପ୍ରତକ୍ଷ୍ୟ ତତ୍ୱାବଧାନରେ ଆୟୋଜିତ ଏହି ସେବା କାର୍ଯ୍ୟ ରେ ଜିଲ୍ଲାର କୋଣାର୍କ,ବାଲିପାଟଣା,ବଗଲେଇ,ପୁରୀ,ଚନ୍ଦନପୁର,ବାଜପେୟୀ,ଗୋପ,ନୂଆଗଡ,ତଣ୍ଡାହାର, ସମିତିରୁ ଶତାଧିକ ସାଇପ୍ରେମୀ ଭାଇ ଭଉଣୀ ମାନେ ଯୋଗଦେଇ ବାଲି କପିଳେଶ୍ୱର ମନ୍ଦିର ପରିସର ଓ ମନ୍ଦିର ବାହାରେ ଗଦା ହୋଇଥିବା ଅଳିଆ ଆବର୍ଜନା ଗୁଡିକୁ ସଫା କରାଯାଇ ପରିସ୍କାର କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଞ୍ଜଜୋକ ଶକ୍ତିପ୍ରସାଦ ମିଶ୍ର,ବାମଦେବ ଆଲୁକ, ଅରବିନ୍ଦ ସାହୁ,ରାମକୃଷ୍ଣ ମହାନ୍ତି, କୈଳାଶ ଚନ୍ଦ୍ର ପରିଡା, ରଞ୍ଜିତ ଲେଙ୍କା, ବିଚିତ୍ରନନ୍ଦ ଲେଙ୍କା, ଅଜୟ ସ୍ୱାଇଁ,ରୋଜଳୀନି ସ୍ୱାଇଁ, ସ୍ୱର୍ଣ୍ଣାଲତା ବେହେରା,ରାଜକିଶୋର ଲେଙ୍କା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।


