ଅସହାୟ ବାଛୁରୀକୁ କୁନି ପିଲାଙ୍କ ଉଦାରତା ସମସ୍ତଙ୍କ ପାଇଁ ଶିକ୍ଷା

ବ୍ରହ୍ମପୁର, (ଯୁଗାବ୍ଦ ନ୍ୟୁଜ) :- ଗୋମାତାଙ୍କ ସେବାରେ ସମସ୍ତଙ୍କୁ ଟପିଗଲେ କୁନି ପିଲାମାନେ। ବିଭିନ୍ନ ସମୟରେ ପଶୁପକ୍ଷୀ ଅସୁବିଧାରେ ପଡ଼ିଥିଲେ ସେମାନଙ୍କୁ ସାହାଯ୍ୟ କରିବା ପାଇଁ ସମାଜସେବୀ, ପଶୁପ୍ରେମୀ ଓ ପଶୁ ବିଭାଗ କର୍ମଚାରୀମାନେ ଆଗେଇ ଆସୁଥିବାର ବହୁ ନଜିର ରହିଛି । କିନ୍ତୁ ଏସବୁକୁ ଟପି ଗାନ୍ଧି ନଗର ୯ମ ଗଳିରେ ଏକ ଅସହାୟ ବାଛୁରୀ ଯନ୍ତ୍ରଣାରେ ଛଟପଟ ହେଉଥିବା ଦେଖି ଅଞ୍ଚଳର କୁନି ପିଲାମାନେ ତାର ଦୁଃଖ କଷ୍ଟ ସହିନପାରି ତା ନିକଟରେ ପହଞ୍ଚି ତାକୁ ସାନ୍ତ୍ଵନା ଦେବାପରି ତାର ଚାରିପାଖରେ ବସି ରହିଥିଲେ। ଏହା ଦେଖି ସାହି ବାସିନ୍ଦା ତୁରନ୍ତ ପଶୁ ଚିକିତ୍ସାଳୟ ଓ ପଶୁପ୍ରେମୀ ଲଲାଟେନ୍ଦୁ ଚୌଧୁରୀଙ୍କୁ ଖବର ଦେଇଥିଲେ। କାଳବିଳମ୍ବ ନକରି ପଶୁପ୍ରେମୀ ଲଲାଟେନ୍ଦୁ ପଶୁ ଚିକିତ୍ସାଳୟର କର୍ମଚାରୀଙ୍କ ସହ ଘଟଣା ସ୍ଥଳରେ ପହଞ୍ଚି ବାଛୁରୀଟିର ଚିକିତ୍ସା ଆରମ୍ଭ କରିଥିଲେ । କୁନି ପିଲାମାନଙ୍କର ଅସହାୟ ଯନ୍ତ୍ରଣାରେ ଛଟପଟ ହେଉଥିବା ବାଛୁରୀଟିକୁ ଦେଖାଇଥିବା ଉଦାରତା ପଣିଆକୁ ସହରବାସୀ ଭୂରି ଭୂରି ପ୍ରଶଂସା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ