ମହିଳା ଆରୋଗ୍ୟ ସମିତିର ବାର୍ଷିକ ସମ୍ମିଳନୀ ଆୟୋଜିତ 

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲା ସ୍ତରୀୟ ଆଶା ,ଗାଁ କଲ୍ୟାଣ ସମିତି ଓ ମହିଳା ଆରୋଗ୍ୟ ସମିତିର ବାର୍ଷିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଳାପାଳ ସଂଗ୍ରାମ ଶେଖର ପଣ୍ଡା । ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ାକ୍ତର ପ୍ରଦୀପ କୁମାର ପାତ୍ର, ଡାକ୍ତର ପ୍ରମୋଦ କୁମାର ପଣ୍ଡା, ଗାଁ କଲ୍ୟାଣ ସମିତି ଅଧିକାରୀ ମହେନ୍ଦ୍ର କୁମାର ଭୂୟାଁ, ସ୍ବାସ୍ଥ୍ୟ ମିଶନର ଜିଲ୍ଲା ପ୍ରକଳ୍ପ ପରିଚାଳିକା ସୌମ୍ୟରାଣୀ ଗୌଡ଼ ପ୍ରମୁଖ ଉପସ୍ଥିତ ରହିଥିଲେ। ନିଜ ଅଭି ଭାଷଣରେ ଜିଲ୍ଲାପାଳ ଶ୍ରୀ ପଣ୍ଡା କହିଥିଲେ ଗ୍ରାମାଞ୍ଚଳ ସ୍ତରରେ ଲୋକାଙ୍କୁ ସ୍ଵାସ୍ଥ୍ୟ ସେବା ଯୋଗାଇବାରେ ଗଜପତି ଜିଲ୍ଲା ଭାରତରେ ଏକ ନମ୍ବର ସ୍ଥାନରେ ରହିଛି । ଆଶା ଦିଦିଙ୍କ ପ୍ରତ୍ସାହନ ସଚେତନା ଯୋଗୁଁ ଜିଲ୍ଲାରେ ଶିଶୁ ଓ ମାତୃ ମୃତ୍ୟହାର କମିଛି । ଗ୍ରାମାଞ୍ଚଳରେ ବାଲ୍ୟ ବିବାହକୁ ବନ୍ଦ କରିବାରେ ବିଶେଷ ଭୂମିକା ଗ୍ରହଣ କରିଛନ୍ତି ଗଜପତିର ଆଶା କର୍ମୀ ମାନେ। ସେହିପରି ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ପଣ୍ଡା କହିଥିଲେ ଯେ, କୋଭିଡ ମାହାମାରୀ ବେଳେ ମଧ୍ୟ ଘରକୁ ଘର ଯାଇ ଟେଷ୍ଟିଙ୍ଗ କରାଇବା ଭଳି ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ କରିଛନ୍ତି । ଆଶା ମାନଙ୍କ ବିନା ଆମ୍ଭେମାନେ କେବିହେଲେ ସଫଳ ହୋଇପାରି ନଥାନ୍ତୁ ବୋଲି କହିଥିଲେ ।  ଏହି ଅବସରରେ ଗଜପତି ଜିଲ୍ଲା ଶ୍ରେଷ୍ଠ ଆଶା କର୍ମୀ ମାନଙ୍କୁ ସମ୍ମାନିତ କରାଯିବା ସହ ନଗଦ ପୁରସ୍କାର ବାବଦରେ ଚେକ୍ ପ୍ରଦାନ କରାଯାଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଓ ଅଧିକାରୀ ମାନେ ପରିଚାଳନାରେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ