ଡ୍ରେସ୍ ଡିଜାଇନରଙ୍କୁ ପ୍ରେମ କରୁଛନ୍ତି ଶୁଭାଶିଷ!

ଓଲିଉଡ୍ ହେଉ କି ବଲିଉଡ୍ ସେଲିବ୍ରେଟି ମାନଙ୍କ ଆଫେୟାରକୁ ନେଇ ଅନେକ ଖବର ଆସେ । ସେଥିରୁ କିଛି ସତ ତ କିଛି ମିଛ ବାହାରେ । କଳାକାରମାନେ ଏକାଠି କାମ କରୁଥିବା ବେଳେ ନିଜ ସହକଳାକାରଙ୍କ ପ୍ରେମରେ ପଡିଯିବା ନେଇ ଅନେକ ଗୁଜବ ମଧ୍ୟ ଉଠେ । ଏବେ ଯାହା ଶୁଣିବାକୁ ମିଳିଛି ଅଭିନେତା ଶୁଭାଶିଷ ତାଙ୍କ ଡିଜାଇନରଙ୍କୁ ଭଲ ପାଉଛନ୍ତି । ଏବେ ଆପଣ ଟିକେ ଦ୍ୱନ୍ଦ୍ୱରେ ପଡୁଥିବେ । କାରଣ ଆପଣ ଜାଣନ୍ତି ଶୁଭାଶିଷ ବିବାହିତ । ଅଭିନେତ୍ରୀ ଅନିଶାଙ୍କୁ ସେ ପ୍ରେମ ବିବାହ କରିଛନ୍ତି । ବେଶି ଦ୍ୱନ୍ଦ୍ୱରେ ରୁହନ୍ତୁ ନାହିଁ । ଏଠାରେ ଆମେ ଶୁଭାଶିଷଙ୍କ ଡ୍ରେସ୍ ଡିଜାଇନର୍ ତଥା ତାଙ୍କ ଧର୍ମପତ୍ନୀ ଅନିଶାଙ୍କ କଥା କହୁଛୁ । କାରଣ ଅନିଶା ପ୍ରାୟ ସମୟ ଶୁଭାଶିଷଙ୍କ ଡ୍ରେସ୍ ଡିଜାଇନ୍ କରନ୍ତି । “ଶୁଭାନି’ ନାଁରେ ତାଙ୍କର ଏକ ବୁଟିକ୍ ମଧ୍ୟ ରହିଛି, ଯେଉଁଠି ଅନିଶା ଉଭୟ ପୁଅ ଏବଂ ଝିଅ ମାନଙ୍କ ପାଇଁ ଡ୍ରେସ୍ ଡିଜାଇନ୍ କରନ୍ତି । ଓଲିଉଡର କଳାକାରମାନେ ଶୁଭାନିରୁ ଭିନ୍ନ ଭିନ୍ନ ପ୍ରକାରର ଷ୍ଟାଇଲିସ୍ ଡ୍ରେସ୍ ନେଇ ମଧ୍ୟ ପିନ୍ଧିବାର ଦେଖାଯାଏ । ସୂଚନା ଅନୁଯାୟୀ, ୨୦୧୬ ମସିହା ଜୁଲାଇ ୩ ତାରିଖରେ ଶୁଭାଶିଷ ଏବଂ ଅନିଶା ବିବାହ କରିଥିଲା । ସେ ଏକ ସିରିୟଲରେ କାମ କରୁଥିବା ସମୟରେ ଦୁହେଁ ପ୍ରେମରେ ପଡ଼ିଥିଲେ । ଏହି ସିରିଏଲରେ ବି ଏ ଦୁହେଁ ସ୍ୱାମୀ ସ୍ତ୍ରୀ ଭୂମିକାରେ ଅଭିନୟ କରିଥିଲେ । ଆଉ ପରଦା ଉପରେ ସ୍ୱାମୀସ୍ତ୍ରୀ ଅଭିନୟ କରୁ କରୁ କେତେବେଳେ ଦୁହେଁ ପରସ୍ପରର ପ୍ରେମରେ ପଡ଼ିଗଲେ ସେକଥା ଜାଣିପାରିଲେ ନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ