ନିଳୋକ ହାଇସ୍କୁଲରେ ଅବସରକାଳୀନ ସମ୍ବର୍ଦ୍ଧନା ସଭା

ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ନିଳୋକ ହାଇସ୍କୁଲର ଆଜିର ଦିନରେ ଅବସର ନେଇଥିବା ଶିକ୍ଷା କର୍ମଚାରୀ ସନାତନ ନାୟକ, ପୂର୍ବରୁ ବଦଳି ହୋଇଥିବା ପ୍ରଧାନ ଶିକ୍ଷକ ଶୋଭେନ୍ଦ୍ର କୁମାର ମାଝୀ, ଶିକ୍ଷୟିତ୍ରୀ ସୁରଜିତା ବାଇ, ଶିକ୍ଷକ ପ୍ରଫୁଲ୍ଲ କୁମାର ସାହୁଙ୍କ ଉଦ୍ଦେଶ୍ୟରେ ଅବସରକାଳୀନ ଓ ବିଦାୟୀ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଦୁର୍ଯ୍ୟଧନ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ରାଜ୍ୟ ଓଷ୍ଟାର ପ୍ରାକ୍ତନ ସମ୍ପାଦକ ରଘୁନାଥ ସାହୁ, ମୁଖ୍ୟ ବକ୍ତା ତରାଗୋ ହାଇସ୍କୁଲର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଜଗନ୍ନାଥ ପାତ୍ର, ସମ୍ମାନୀତ ବକ୍ତା ରାଜ୍ୟ ଓଷ୍ଟାର କାର୍ଯ୍ୟକାରୀ କମିଟିର ସଭ୍ୟ ଅକ୍ଷୟ କୁମାର ହୋତା, ଅନ୍ୟତମ ବକ୍ତା ଜିଲା ଓଷ୍ଟା ସଂପାଦକ ପ୍ରଦୀପ୍ତ କୁମାର ପଣ୍ଡା, ସମ୍ମାନୀତ ଅତିଥି ସରପଞ୍ଚ ରଜନୀ ସେଠୀ, ବ୍ଲକ ଓଷ୍ଟା ସଂପାଦକ ଶଶୀ ଶେଖର କରଶର୍ମା, ଅବସରପ୍ରାପ୍ତ ଶିକ୍ଷକ ନବ କୁମାର ଲେଙ୍କା, ମନମୋହନ ଆଚାର୍ଯ୍ୟ, ନିଳୋକ ହାଇସ୍କୁଲର ପ୍ରାକ୍ତନ ପ୍ରଧାନ ଶିକ୍ଷକ ନରହରି ବାରିକ, ନିରାକର ବେହେରା, ଅବସରପ୍ରାପ୍ତ ଶିକ୍ଷକ ଗୌରାଙ୍ଗ ଚରଣ ମହାନ୍ତି, ଭାସ୍କର ଚନ୍ଦ୍ର ସେନାପତି, ପ୍ରଭାକର ରାଉତ, କୃପାସିନ୍ଧୁ ପଣ୍ଡା, ଆର.ସି.ବି.ଏଲ ଚରମ୍ପା ହାଇସ୍କୁଲର କ୍ରୀଡା ଶିକ୍ଷକ ପ୍ରଭାକର ଦାସ, ପ୍ରାକ୍ତନ ଅତିଥି ଶିକ୍ଷକ ପର୍ଶୁରାମ ନାୟକ, ବନ୍ତ ହାଇସ୍କୁଲର ପ୍ରଧାନ ଶିକ୍ଷକ ଉତ୍ତମ କୁମାର ଦତ୍ତ, ବାବାଜି ଚରଣ ସଂସ୍କୃତ ବିଦ୍ୟାଳୟର ପ୍ରଧାନ ପଣ୍ଡିତ ଅଭିମୁନ୍ୟୁ ସେନାପତି, ସାମ୍ବାଦିକ ହରି ନାରାୟଣ ମହାନ୍ତି, ପଞ୍ଚାୟତ ହାଇସ୍କୁଲର ପ୍ରଧାନ ଶିକ୍ଷକ ସେକ୍ ୟାକତ୍ ଅଲ୍ଲୀ, କ୍ରୀଡା ଶିକ୍ଷକ ଜଗନ୍ନାଥ ଦ୍ୱିବେଦୀ, ତାଳପଦା ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ମନୋଜ ମଞ୍ଜରୀ ଜେନା, ନରସିଂହପୁର ବିଦ୍ୟାଳୟର ଶିକ୍ଷକ ରଞ୍ଜନ କୁମାର ପ୍ରଧାନ, ନିଳୋକ ହାଇସ୍କୁଲର ଶିକ୍ଷୟିତ୍ରୀ ଚ୍ରିତାବତୀ ବେହେରା, ଶିକ୍ଷକ ପାଗଳା ସିଂ, ଅସିତ୍ କୁମାର ପୁହାଣ, ହିମାଂଶୁ ବାରିକ ଯୋଗ ଦେଇ ଅବସର ଓ ବିଦାୟୀ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀଙ୍କ ଗୁଣଗାନ କରିଥିଲେ । ପୁରାତନ ଛାତ୍ର ସଂଗ୍ରାମ କେଶରୀ ସେନାପତି, ରାଜେଶ ଦାସ, ଦେବାଶୀଷ ନାୟକ, ସୂର୍ଯ୍ୟ ନାରାୟଣ ପଣ୍ଡା, ରମେଶ କୁମାର ପାଢୀ, ନବ କୁମାର ନାୟକ, ହାଇସ୍କୁଲର ଛାତ୍ରଛାତ୍ରୀ ଦୀଲନ ଚନ୍ଦ୍ର ସାହୁ, ଆଶୁତୋଷ ପ୍ରଧାନ, ଦିବ୍ୟଭାରତୀ ସେନାପତି, ରୁବି ପଣ୍ଡା, ସଞ୍ଜନା ବିଶ୍ୱାଳଙ୍କ ସମେତ ଅନ୍ୟ ମାନେ ବକ୍ତବ୍ୟ ପ୍ରଦାନ କରିଥିଲେ । ଅବସରପ୍ରାପ୍ତ ଶିକ୍ଷକ ସୁଧାକର ପଣ୍ଡା ଅତିଥି ପରିଚୟ, ଶିକ୍ଷୟିତ୍ରୀ ସ୍ୱୟଂପ୍ରଭା ନାୟକ ମାନପତ୍ର ପଠନ କରିଥିଲେ । ଏହି ଅବସରରେ ଅବସରପ୍ରାପ୍ତ ଶିକ୍ଷାକର୍ମଚାରୀ ଓ ବିଦାୟୀ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ