ମଜୁରୀ ଟଙ୍କା ମାଗିବାରୁ ଆକ୍ରମଣ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଭଣ୍ଡାରିପୋଖରୀ ଥାନା ଝୁଟଣା ଗ୍ରାମରେ ଏକ ପରିବାରକୁ ମାରାଣାତ୍ମକ ଆକ୍ରମଣ ହୋଇଥିଲେ ସୁଦ୍ଧା ପୋଲିସ ପକ୍ଷରୁ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ମିଳିଥିବା ଅଭିଯୋଗ ଅନୁସାରେ ଗ୍ରାମର ରବିନ୍ଦ୍ର ବେହେରା ଗାଁର ମହେଶ୍ୱର ବେହେରାଙ୍କ ଘରେ ଦୀନ ମଜୁରିଆ ଭାବେ କାମ କରୁଥିଲେ । ରବିନ୍ଦ୍ର ମଜୁରୀ ବାବଦକୁ ପ୍ରାୟ ୧୭ହଜାର ଟଙ୍କା ମାଗିବାରୁ ମହେଶ୍ୱର ଓ ତାଙ୍କ ସମ୍ପର୍କୀୟ ମାନେ ତାଙ୍କୁ ଆକ୍ରମଣ କରିଛନ୍ତି। ଘଟଣା ଗତ ୨୩ତାରିଖ ଦିନ ଘଟିଥିବା ବେଳେ ଏନେଇ ରବିନ୍ଦ୍ରଙ୍କ ସ୍ତ୍ରୀ ସବିତା ପୋଲିସ ନିକଟରେ ଅଭିଯୋଗ କରିଛନ୍ତି । ପରିତାପର ବିଷୟ ପୋଲିସ ଏଯାଏଁ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବାରୁ ରବିନ୍ଦ୍ର ନ୍ୟାୟ ପାଇବାରୁ ବଞ୍ଚିତ ହୋଇଛନ୍ତି। ଏହା ଉପରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଦୃଷ୍ଟି ଦେବାକୁ ଅଭିଯୋଗ କର୍ତ୍ତା ନିବେଦନ କରିଛନ୍ତି ।


