ଉତ୍କଳ ଦିବସରେ ସହାୟକ ପକ୍ଷରୁ ରକ୍ତଦାନ ଶିବିର

ବାଲେଶ୍ୱର, (ସରୋଜ ପଣ୍ଡା) :ପବିତ୍ର ଉତ୍କଳ ଦିବସ ଅବସରରେ ସ୍ୱେଚ୍ଛାସେବୀ ସଂଗଠନ ‘ସହାୟକ’ ଓ ଅବସରପ୍ରାପ୍ତ ରାଜ୍ୟ କର୍ମଚାରୀ ସଂଘର ମିଳିତ ସହଯୋଗରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । କର୍ମଚାରୀ ସଂଘ କାର୍ଯ୍ୟାଳୟରେ ରକ୍ତଭଣ୍ଡାର ଅଧିକାରୀ ଡାକ୍ତର ମହେଶ ଚନ୍ଦ୍ର ବିଶ୍ୱାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଶିବିରରେ ୯୬ଜଣ ରକ୍ତଦାନ କରିଥିଲେ । କେତେକ ଭିନ୍ନକ୍ଷମ ଯୁବକ ସ୍ୱେଚ୍ଛାକୃତ ଓ ‘ହେଲପିଂ ହ୍ୟାଣ୍ଡ୍‌’ର ବହୁ ସଦସ୍ୟ ମଧ୍ୟ ରକ୍ତଦାନ କରିଥିଲେ । ରକ୍ତଦାତାମାନଙ୍କୁ ଅନୁଷ୍ଠାନ ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଛି ।ଏହି ଅବସରରେ ପ୍ରତିବର୍ଷଭଳି ଜିଲାପାଳଙ୍କ ମୁଖ୍ୟ ଫାଟକ ପାଶ୍ୱର୍ରେ ଏକ ପାନୀୟ ଜଳ ବିତରଣ କେନ୍ଦ୍ରକୁ ବରିଷ୍ଠ ସାହିତ୍ୟିକ ଡ. ରମାକାନ୍ତ ବେହେରା ଉଦ୍‌ଘାଟନ କରିଥିଲେ । ଉକ୍ତ ଜଳଦାନ କେନ୍ଦ୍ର ଆସନ୍ତା ଜୁନ୍‌ମାସ ଶେଷପର୍ଯ୍ୟନ୍ତ ଚାଲିବ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି । ଏଥି ସହିତ ଅବସରପ୍ରାପ୍ତ ରାଜ୍ୟ କର୍ମଚାରୀ ସଂଘର ସଭାପତି ଇଂ. ବନମାଳୀ ନାୟକଙ୍କ ଅଧ୍ୟକ୍ଷତାରେ ସଂଘର ପାଠାଗାର ଗୃହରେ ଉତ୍କଳ ଦିବସ ପାଳନ ତାତ୍ପର୍ଯ୍ୟ ସମ୍ପର୍କିତ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ‘ସହାୟକ’ର ସଂପାଦକ ବିଜୟ ଦାସ ଅଧିକାରୀ ଉପସ୍ଥିତମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଶିକ୍ଷାବିତ୍ ସୁଦର୍ଶନ ଦାସ, ଜିଲା ରକ୍ତଦାତା ସଂଘର ସମ୍ପାଦକ ଡ. ଇଂ. ହୃଷିକେଶ ସାହୁ, ଶ୍ରମିକନେତା ଜୟନ୍ତ ଦାସ, ଓକିଲ ସଂଘର ସଭାପତି ମନୋଜ ନାୟକ, ପ୍ରତିମା ପଣ୍ଡା, କ୍ଷିତିଶ୍ୱର ଦାଶ, ଲକ୍ଷ୍ମୀପ୍ରିୟା ଜେନା, ଗୋବିନ୍ଦ ଚନ୍ଦ୍ର ମାଝୀ, ଗୌରାଙ୍ଗ ପାଣିଗ୍ରାହୀ ଓ ଗୁଣକର ଦେ ପ୍ରମୁଖ ଭାଷା ଭିତ୍ତିକ ପ୍ରଥମ ରାଜ୍ୟ ଓଡ଼ିଶା ପ୍ରଦେଶ ପ୍ରତିଷ୍ଠା ପାଇଁ ଉତ୍ସର୍ଗୀକୃତ ମହାପୁରୁଷମାନଙ୍କ ଅବଦାନ ପ୍ରତି କୃତଜ୍ଞତା ଜଣାଇଥିଲେ । ଶେଷରେ ପୁଷ୍ପଲତା ମହାନ୍ତି ଧନ୍ୟବାଦ ଦେଇଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ଅଖିଳ କୁମାର, ଗଙ୍ଗାଧର ପୃଷ୍ଟି, ଅକ୍ଷୟ କୁମାର ତ୍ରିପାଠୀ, ଭବେଶ ଚନ୍ଦ୍ର ପଣ୍ଡା, ଇଂ. ଗୌରାଙ୍ଗ ସାହୁ, ରବୀନ୍ଦ୍ର ପ୍ରହରାଜ, ଦାମୋଦର ନାୟକ, ଶ୍ୟାମସୁନ୍ଦର ଜେନା, ସାବିତ୍ରୀ ଦାସ, ରବି ନାରାୟଣ ଭୋଳ, ମିନତୀ ରାୟ, ଶଶାଙ୍କ ଦତ୍ତ, ସଚିନ୍ଦ୍ର ଦାସ, ଦିବାକର ମହାପାତ୍ର, ଡା. ତାରାକାନ୍ତ ନନ୍ଦ, ଦୀନବନ୍ଧୁ ଲେଙ୍କା, ବେଣୁଧର ସାହୁ, ପ୍ରଫୁଲ୍ଲ ଦାସ, ଗୋପାଳ ଜେନା, କାମିନୀକାନ୍ତ ପାଢ଼ି, ଗୋବିନ୍ଦ ଚନ୍ଦ୍ର ମାଝୀ, ସେକ୍ ଆଲାଉଦ୍ଦିନ୍ ଓ ପୁରୁଷୋତ୍ତମ ବେହେରା ପ୍ରମୁଖ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ