ସରକାରୀ ଚିକିତ୍ସାଳୟର ସମସ୍ୟା ସମାଧାନ ପାଇଁ ଦାବିପତ୍ର ପ୍ରଦାନ
ବାଲେଶ୍ୱର, (ସରୋଜ ପଣ୍ଡା) :-ସରକାରୀ ମେଡିକାଲ୍ କଲେଜ୍ କ୍ରିୟାନୁଷ୍ଠାନ କମିଟିର ଦକ୍ଷିଣଦ୍ୱାର କୁହାଯାଉଥିବା କୁରୁଡ଼ା ଅଞ୍ଚଳ କମିଟି ପକ୍ଷରୁ ରବିବାର ଦିନ ପୂର୍ବାହ୍ନରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଦୁଲାଲସେନ ଜଗଦେବଙ୍କୁ ଏକ ଦାବିପତ୍ର ଦିଆଯାଇଛି । କୃଷି ବୈଜ୍ଞାନିକ ଡକ୍ଟର କେଶବ ଚରଣ ପଣ୍ଡାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଜଗଦୀପ ଓ ସହକାରୀ ଚିକିତ୍ସାଧିକାରୀଙ୍କୁ ସାକ୍ଷାତ କରି କୁରୁଡ଼ାରେ ପ୍ରତିଷ୍ଠିତ ସରକାରୀ ହସପିଟାଲ୍ର ସମସ୍ୟାଗୁଡ଼ିକ ସଂପର୍କରେ ଅବଗତ କରାଇଥିଲେ । ଏହି ହସପିଟାଲରେ କୌଣସି ସ୍ୱାସ୍ଥ୍ୟକର୍ମୀ ଓ ସହାୟକ ନଥିବାରୁ ରୋଗୀମାନେ ଉପଯୁକ୍ତ ଚିକିତ୍ସା ପାଇପାରୁନାହାନ୍ତି ବୋଲି ସେମାନେ ଲିଖିତ ଅଭିଯୋଗ କରିଛନ୍ତି । ଆଶୁଚିକିତ୍ସା ପାଇଁ କୌଣସି ଉପକରଣ ନଥିବା ଓ ଦୈନିକ ରୋଗୀଙ୍କୁ ବିତରଣ ପାଇଁ ଆବଶ୍ୟକୀୟ ଔଷଧ ମିଳୁନାହିଁ ବୋଲି ଅଭିଯୋଗ କରାଯାଇଛି । ଡାକ୍ତର ଖାନାରେ ନିର୍ମାଣ କାର୍ଯ୍ୟପାଇଁ ମଂଜୁରୀପ୍ରାପ୍ତ ପ୍ରାୟ ପାଞ୍ଚଲକ୍ଷ ଟଙ୍କା ବିନିଯୋଗ କରାଯାଇନାହିଁ । କ୍ରିୟାନୁଷ୍ଠାନ କମିଟିର ଦାବିପତ୍ର ଗ୍ରହଣ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକରାୀ ସଂପୃକ୍ତ ଡାକ୍ତରଖାନା ପରିଦର୍ଶନ କରି ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ପ୍ରତିଶ୍ରୁତି ଦେଇଥିôବାର ଜଣାଯାଇଛି । ଏହି ପ୍ରତିନିଧିଦଳରେ ଜିଲ୍ଲା କମିଟି ପକ୍ଷରୁ ନିରଞ୍ଜନ ପରିଡ଼ା, ସଚିନ୍ଦ୍ର ଦାସ ଓ ଅରୁଣ ଜେନା ପ୍ରମୁଖ ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ସାକ୍ଷାତ କରିଥିଲେ ।


