ମାନବସେବା ସଙ୍ଗଠନ ପକ୍ଷରୁ ଜଳଛତ୍ର ପ୍ରଦାନ
ବନ୍ତ, (ଚାନ୍ଦିନୀ ମହାନ୍ତି) : ମାନବସେବା ସଙ୍ଗଠନ ଭଦ୍ରକ ପକ୍ଷରୁ ସାବରଙ୍ଗ ବଜାର ଠାରେ ଜଳଛତ୍ର ଶୁଭାରମ୍ଭ କରାଯାଇଛି । ଏଥିରେ ଥାନା ଏସ୍.ଆଇ. ଜୟଶ୍ରୀ ଦାସଙ୍କ ସମେତ ସହକର୍ମୀ ମାନେ ଅତିଥି ଭାବେ ଯୋଗ ଦେଇ ଜଳଛତ୍ର କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । କାର୍ଯ୍ୟକ୍ରମରେ ସଙ୍ଗଠନର ସଭାପତି ସମ୍ବିତ ଜେନା, ମୁଖ୍ୟ ଉପଦେଷ୍ଟା ଦେବବ୍ରତ ବାରିକ, ଯୁଗ୍ମ ସମ୍ପାଦକ କୀର୍ତ୍ତିକୃଷ୍ଣ ପାଳ, ଉପଦେଷ୍ଟା ବିଜୟ ବାରିକ, କବିତା, ଶିବାନନ୍ଦ, ଦେବାନନ୍ଦ, ଜିତେନ୍ଦ୍ର, ପ୍ରଶାନ୍ତ, ସୁନୀଲ, ସତ୍ୟ, ଶୁଭ୍ରାଂଶୁ ସହଯୋଗ କରିଥିଲେ । ଗ୍ରୀଷ୍ଣ ପ୍ରବାହ ଜାରି ରହିବା ପର୍ଯ୍ୟନ୍ତ ଜଳଛତ୍ର ମାଧ୍ୟମରେ ଲୋକ ମାନଙ୍କୁ ସେବା ପ୍ରଦାନ କରାଯିବା ସହ ଭଦ୍ରକର ଅନ୍ୟ ସ୍ଥାନରେ ଛଳଛତ୍ର ଖୋଲା ଯିବ ବୋଲି ମୁଖ୍ୟ ଉପଦେଷ୍ଟା କହିଥିଲେ ।


