ଦିଲ୍ଲୀ ପ୍ରଦୂଷଣ ନେଇ ସୁପ୍ରିମ୍ କୋର୍ଟଙ୍କ ଉଦ୍ବେଗ, ଲୋକେ ନିଶ୍ୱାସ ନେବେ କେମିତି?୪ ରାଜ୍ୟର ମୁଖ୍ୟ ସଚିବଙ୍କୁ ସମନ

ନୂଆଦିଲ୍ଲୀ: ଦିଲ୍ଲୀ ଅବସ୍ଥା ଅତି ସାଂଘାତିକ । ପ୍ରଦୂଷଣ ସହରବାସୀଙ୍କ ଜୀବନକୁ ବିଷମୟ କରିଦେଇଛି । ଦିଲ୍ଲୀରେ ବାୟୁର ମାନ ସୂଚକାଙ୍କ (ଏକ୍ୟୁଆଇ) ଆଜି ମଧ୍ୟ ୬୦୦ ରହିଛି । ଏନେଇ ସୁପ୍ରିମକୋର୍ଟ ଆଜି ଦିଲ୍ଲୀ ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି । ଲୋକେ କେମିତି ନିଶ୍ୱାସ ନେବେ ବୋଲି କୋର୍ଟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି । ଉଭୟ କେନ୍ଦ୍ର ଏବଂ ଦିଲ୍ଲୀ ସରକାର ପ୍ରଦୂଷଣ ରୋକିବା ପାଇଁ ଯଥୋଚିତ ପଦକ୍ଷେପ ଗ୍ରହଣ କରିବାରେ ବିଫଳ ହୋଇଥିବା କୋର୍ଟ କହିଛନ୍ତି । ଦିଲ୍ଲୀରେ ପ୍ରଦୂଷଣ ସଙ୍କଟର ମୁକାବିଲା ପାଇଁ ସହର ସାରା ଏୟାର ପ୍ୟୁରିଫାଇଙ୍ଗ୍ ଟାୱାର ସ୍ଥାପନ କରିବା ନିମନ୍ତେ ଏକ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରିବାପାଇଁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଧାନ ବିଚାରପତି ରଂଜନ ଗୋଗଇଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ଅରବିନ୍ଦ କେଜ୍ରିୱାଲ୍ ସରକାରଙ୍କ ଯୁଗ୍ମ ଅଯୁଗ୍ମ ଯୋଜନାକୁ ଅପରିପକ୍ୱ ବୋଲି କହିଛନ୍ତି । ପ୍ରଦୂଷଣ ରୋକିବା ଦିଗରେ ଏହା ଏକ ସମାଧାନ ନୁହେଁ ବୋଲି କୋର୍ଟ କହିଛନ୍ତି । ଯୁଗ୍ମ ଅଯୁଗ୍ମ ଯୋଜନା ସତ୍ତେ୍ୱ ଦିଲ୍ଲୀରେ ପ୍ରଦୂଷଣ ସ୍ତର ବଢ଼ିଛି ବୋଲି କୋର୍ଟ କହିଛନ୍ତି । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ କୁହାଯାଇଛି ଯେ କାରରୁ ଯେଉଁ ଧୁଆଁ ନିର୍ଗତ ହେଉଛି ତାହା ସମୁଦାୟ ପ୍ରଦୂଷଣ ସ୍ତରର ମାତ୍ର ୩ ପ୍ରତିଶତ । ଅଳିଆ ଗଦା, ନିର୍ମାଣ କାର୍ଯ୍ୟ ଏବଂ ରାସ୍ତାରେ ଧୂଳି ଯୋଗୁଁ ବେଶୀ ପ୍ରଦୂଷଣ ହେଉଥିବା କୁହାଯାଇଛି । । ତେବେ ପ୍ରଦୂଷଣ ନିୟନ୍ତ୍ରଣ ଦିଗରେ ହରିୟାଣା, ପଂଜାବ, ଉତ୍ତରପ୍ରଦେଶ ଏବଂ ଦିଲ୍ଲୀ ସରକାର ବିଫଳ ହୋଇଥିବା ଜାଣିବାପରେ ସୁପ୍ରିମକୋର୍ଟ ଏହି ୪ ରାଜ୍ୟର ମୁଖ୍ୟ ସଚିବଙ୍କୁ ଆସନ୍ତା ନଭେମ୍ବର ୨୫ ତାରିଖରେ ହାଜର ହେବାପାଇଁ ସମନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ