ବିଦ୍ଯାଭାରତୀ ଶିକ୍ଷା ବିକାଶ ସମିତିର ଶିକ୍ଷା ପରିଷଦ ବୈଠକ

କଟକ, (ଯୁଗାବ୍ଦ ନ୍ୟୁଜ) : ବିଦ୍ଯାଭାରତୀ ଶିକ୍ଷା ବିକାଶ ସମିତି ଓଡ଼ିଶାର ୨୦୨୨/୨୩ ଶିକ୍ଷା ବର୍ଷ ନିମନ୍ତେ ଦୁଇ ଦିନିଆ ଶିକ୍ଷା ପରିଷଦ ବୈଠକ କେଶବଧାମ୍ କଟକଠାରେ ଅନୁଷ୍ଠିତ ହୋଇଯାଇଅଛି । ଶିକ୍ଷା ବିକାଶ ସମିତିର ସଭାପତି ଡଃ କିଶୋର ଚନ୍ଦ୍ର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସାରା ପ୍ରାନ୍ତରୁ ୧୨୩ ଜଣ କାର୍ଯ୍ଯକର୍ତ୍ତା ଉପସ୍ଥିତ ରହି ଆଗାମୀ ଶିକ୍ଷା ବର୍ଷ ପାଇଁ ପାଠ୍ଯକ୍ରମ ଓ ବିଭିନ୍ନ କାର୍ଯ୍ୟକ୍ରମର ସିଦ୍ଧାନ୍ତ ଗ୍ରହଣ କରିଥିଲେ । ଶିକ୍ଷା ବିକାଶ ସମିତିର ସଂଗଠନମନ୍ତ୍ରୀ ରମାକାନ୍ତ ମହାନ୍ତ ଉଦ୍ ଘାଟକ ଭାବରେ ଯୋଗ ଦେଇ ନୂତନ ଶିକ୍ଷାନୀତିକୁ ସଫଳତାରସହ କାର୍ଯ୍ୟକାରୀ କରିବାରେ ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କ ଭୂମିକା ଉପରେ ମାର୍ଗଦର୍ଶନ କରିଥିଲେ । ଶିକ୍ଷା ବିକାଶ ସମିତିର ପ୍ରାନ୍ତ ନିରୀକ୍ଷକ ତଥା ଶିକ୍ଷା ପରିଷଦର ପ୍ରାନ୍ତ ସଂଯୋଜକ ପ୍ରସନ୍ନ କୁମାର ବିଶ୍ବାଳଙ୍କ ସଂଯୋଜନାରେ ସହପ୍ରାନ୍ତ ସଂଯୋଜକ ଖଗେଶ୍ବର ଦାସ ଓ ସମସ୍ତ ପୂର୍ଣ୍ଣ କାଳୀନ କାର୍ଯ୍ଯକର୍ତ୍ତାଙ୍କ ସହଯୋଗରେ କାର୍ଯ୍ୟକ୍ରମ ସଫଳ ହୋଇଥିଲା । ଓଡ଼ିଶାର ଦୁଇଜଣ ବରିଷ୍ଠ କାର୍ଯ୍ଯକର୍ତ୍ତା ଗୋବିନ୍ଦ ଚନ୍ଦ୍ର ମହାନ୍ତ ବିଦ୍ଯାଭାରତୀର ଅଖିଳ ଭାରତୀୟ ସଂଗଠନ ମନ୍ତ୍ରୀ ଓ ଶିକ୍ଷାବିତ୍ ଡଃ ବସନ୍ତ କୁମାର ପଣ୍ଡା ଉପାଧ୍ୟକ୍ଷ ଭାବରେ ନୂତନ ଦାୟିତ୍ୱ ଗ୍ରହଣ କରିଥିବାରୁ ଶିକ୍ଷା ପରିଷଦ ତରଫରୁ ଅଭିନନ୍ଦନ ଓ ସ୍ବାଗତ ଜ୍ଞାପନ କରାଯାଇଥିଲା । ସଂଗଠନ ମନ୍ତ୍ରୀ ରମାକାନ୍ତ ମହାନ୍ତଙ୍କ ପ୍ରତ୍ଯକ୍ଷ ତତ୍ବାବଧାନରେ କାର୍ଯ୍ୟକ୍ରମ ସମାପନ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ