ଅଭିଭାବିକାଙ୍କ ବେକରୁ ସୁନା ଚେନ ଲୁଟି ଚମ୍ପଟ ମାରିଲା ଦୁବୃର୍ତ୍ତ

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ମୟୂରଭଂଜ ଜିଲ୍ଲାର ବାମନଘାଟୀ ଉପଖଣ୍ଡ, ରାଇରଙ୍ଗପୁରରେ ଚୋରୀ , ରାହାଜାନୀ, ଛିନତାଇ, ଦୁର୍ଘଟଣା ଦିନକୁ ଦିନ ବୃଦ୍ଧି ପାଉଛି ।ନିକଟରେ ପୋଲିସ ଏକ ଆନ୍ତଃ ରାଜ୍ୟ ଡକାୟତ ଦଳକୁ ଧରିବାରେ ସଫଳତା ପାଇଥିବାବେଳେ ପୁଣି ଛିନତାଇ ଘଟଣା ଘଟିଛି ଯାହାକି ପୋଲିସ ଓ ଜନତାଙ୍କ ମୁଣ୍ଡ ବ୍ୟଥା ବଢାଇ ଦେଇଛି।ଛିନତାଇ ଓ ଲୁଟେରା ଜଳ ଏବେ ନୂଆ କୌଶଳ ଆପଣେଇଛନ୍ତି । ସ୍କୁଲ ଛାଡୁଥିବା ସରଳ ମା,ମାଉସୀଙ୍କ ବେକ କାନରେ ଥିବା ସୁନା ଉପରକୁ ନଜର ରଖି ଆକତଙ୍କୀ ହାମଲା ତରିକା ଆପଣେଇଛନ୍ତି ।ଏଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ମହୁଲଡିହା ଗ୍ରାମର ଇଂରାଜୀ ମିଡିୟମ ରିଚାର୍ଡ ସ୍କୁଲ ସମ୍ମୁଖରେ । ବୁଧବାର ଦିନ ଆଜି ପୂର୍ବାହ୍ନ ୧୦ ଟା ପାଖାପାଖି ସମୟରେ ବାଇଦାପୋଷୀ ଗ୍ରାମର ଲଳିତ ବେହେରାଙ୍କ ସ୍ତ୍ରୀ ରିନା ବେହେରା ଏବଂ ତାଙ୍କ ସଂପର୍କୀୟାଙ୍କ ସହ ରିଚାର୍ଡ ସ୍କୁଲରେ ନିଜର ଝିଅକୁ ଶ୍ରେଣୀ ଛୁଟିରେ ଆଣିବାକୁ ସ୍କୁଲ ସମ୍ମୁଖରେ ଛିଡ଼ା ହୋଇଥିଲେ । ତାଙ୍କୁ ପଛରୁ ଏକ କଳାପଲସରରେ ଜଣେ ହେଲମେଟ ଓ ମାସ୍କ ପିନ୍ଧିଥିବା ଅଜଣା ଦୁର୍ବୃତ୍ତ ବେକରୁ ସୁନା ଚେନ ଟି ଲୁଟି ନେଇ ଦୃତ ଗତିରେ ରାଇରଙ୍ଗପୁର ସହରରେ ମୁଖ୍ୟ ରାସ୍ତାରେ ଖସି ପଳାଇଥିଲେ ।ଚୋର ସୁନା ଚେନ ନେଇଗଲା ଚିତ୍କାର କରିଥିଲେ ମହିଳା ଜଣଙ୍କ । ତାଙ୍କ ପାଟି ଶୁଣି କିଛି ଯୁବକ ପହଞ୍ଚି ଲୁଟେରା ପଛରେ ଗୋଡାଇଥିଲେ ମଧ୍ୟ ଲୁଟେରା ପାଖରେ ପହଞ୍ଚି ପାରି ନଥିଲେ ।ପରେ ଖବର ପାଇ ରାଇରଙ୍ଗପୁର ଟାଉନ ପୋଲିସ ପହଞ୍ଚି ତଦନ୍ତ କରିବା ସହ ଆଖପାଖ ସିସି କେମେରା ଟିଭି ଯାଞ୍ଚ ଓ ତଦନ୍ତ ଜାରି ରିଖିଛି ।ମ‌ହିଳା ଜଣଙ୍କ ରାଇରଙ୍ଗପୁର ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।ଖବର ପାଇ ବିଦ୍ୟାଳୟ ଆସୁଥିବା ଛାତ୍ରଛାତ୍ରୀ ଓ ଅଭିଭାବିକାଙ୍କ ମଧ୍ୟରେ ଛନକା ଓ ଭୟଭୀତ ଖେଳିଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ