ବ୍ଲକ ସ୍ତରୀୟ ଶିବିରରେ ୩୧୩ ଜଣଙ୍କୁ ମିଳିଲା ଭିନ୍ନକ୍ଷମ ପ୍ରମାଣପତ୍ର
ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ମହତାବ ମଇ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ବ୍ଲକ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିରରେ ୩୧୩ ଜଣଙ୍କୁ ଭିନ୍ନକ୍ଷମ ପ୍ରମାଣପତ୍ର ମିଳିଥିବା ଜଣାଯାଇଛି । ଶିବିରରେ ଜିଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଜେନା, ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ, ବିଡିଓ ଶୁଭଦର୍ଶନ ମିଶ୍ର, ଏବିଡିଓ ନିଶିକାନ୍ତ ଖୁଣ୍ଟିଆ, ଜିଲା ସାମାଜିକ ସୁରକ୍ଷା ଅଧିକାରୀ ସୁରେନ୍ଦ୍ର ଗମାଙ୍ଗୋ, ଏସ୍.ଏସ୍.ଏସ୍.ଓ ସୁବାଷ ଚନ୍ଦ୍ର ନାୟକ, ଏପିଡି(ପ୍ରଶାସନିକ), ଏପିଡି(ଓଏଲଏମ) ଯୋଗ ଦେଇ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ବ୍ଲକର ୨୫ ପଞ୍ଚାୟତରୁ ଭିନ୍ନକ୍ଷମ ମାନେ ଆସି ନିଜର ନାମ ପଞ୍ଜୀକରଣ କରିଥିଲେ । ମାନସିକ ବିଭାଗରେ ୭୮, ଶ୍ରବଣବାଧିତ ବିଭାଗରେ ୬୧, ଲୋଭିଜନ୍ରେ ୫୫, ଲୋକୋମୋଟର ବିଭାଗରେ ୧୨୭, ୦ ରୁ ୧୮ ବର୍ଷ ମଧ୍ୟରେ ୧୪୯ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିଲେ । ସେମାନଙ୍କ ମଧ୍ୟରୁ ଲୋଭିଜନରେ ୯୧, ମାନସିକ(ବୟସ୍କ) ବିଭାଗରେ ୭୫, ମାନସିକ(ଛାତ୍ରଛାତ୍ରୀ) ବିଭାଗରେ ୪୦, ଶ୍ରବଣବାଧିତରେ ୨୪, ଲୋକୋ ମୋଟର ବିଭାଗରେ ୮୩ ଭିନ୍ନକ୍ଷମଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ବ୍ଲକ ସାମାଜିକ ସୁରକ୍ଷା ବିଭାଗ ଦାୟୀତ୍ୱରେ ଥିବା ଅଧିକାରୀ ନିଶାକର ଖୁଣ୍ଟିଆଙ୍କ ସମେତ ସମସ୍ତ ଅଧିକାରୀ ଓ କର୍ମଚାରୀ ମାନେ ସହଯୋଗ କରିଥିଲେ ।


