ନବ ନିର୍ବାଚିତ ପୌରପରିଷଦର କର୍ମକର୍ତ୍ତାଙ୍କୁ ବିଜେଡ଼ି ତରଫରୁ ଭବ୍ୟ ସମ୍ବର୍ଦ୍ଧନା

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ପୌରପରିଷଦର ନବ ନିର୍ବାଚିତ କର୍ମକର୍ତ୍ତା ଓ ନେତୃବୃନ୍ଦଙ୍କୁ ମୟୂରଭଞ୍ଜ ସଦର ବିଜେଡ଼ି ତରଫରୁ ସ୍ଥାନୀୟ ପୂର୍ଣଚନ୍ଦ୍ର ଭବନ ପରିସରରେ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ମୟୂରଭଞ୍ଜ ବିଜେଡ଼ି ସହ ପର୍ଯ୍ୟବେକ୍ଷକ ଜନ୍ମେଜୟ ଲେଙ୍କା, ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ବିଜେଡ଼ି ପର୍ଯ୍ୟବେକ୍ଷକ ତଥା ସୋରଡ଼ା ବିଧାୟକ ରାଜ କିଶୋର ଦାସ,ସଦର ବିଜେଡ଼ି ଜିଲ୍ଲା ସଭାପତି କାଶୀନାଥ ହେମ୍ବ୍ରମ, ବିଶିଷ୍ଟ ନାରୀ ନେତ୍ରୀ ପ୍ରିତିନନ୍ଦା କାନୁନଗୋ,ପଙ୍କଜ ଦାସ, ମୟୂରଭଞ୍ଜ ସଦର ବିଜେଡ଼ି ମହିଳା ସଭାନେତ୍ରୀ ତନୁଜା ମହାନ୍ତ,ବରିଷ୍ଠ ବିଜେଡ଼ି ନେତା ପାର୍ଥସାରଥୀ କବି,ମନୁ ଚୌଧୁରୀ, ରତିକାନ୍ତ ପରୀକ୍ଷା , ସ୍ବରୂପ ବେହେରା,ସୁବାଷ ମଣ୍ଡଳ, ଗୌରୀଶଙ୍କର ଦତ୍ତ,ବୁଲୁ ପଟ୍ଟନାୟକ ଡାକ୍ତର ଟି କେ ଗୁପ୍ତା,ଗଣେଶ ମିଶ୍ର,ବିକାଶ ମହାନ୍ତ,କ୍ରିଷ୍ଣା ଶର୍ମା, ଆହ୍ବାନ ପଟ୍ଟନାୟକ, ଙ୍କ ସମେତ ବହୁ ନେତୃବୃନ୍ଦ ସାମିଲ ହୋଇଥିଲେ । ଏଥିରେ ରାଇରଙ୍ଗପୁର ପୌର ପରିଷଦର ନବ ନିର୍ବାଚିତ ଅଧ୍ୟକ୍ଷ ଅଭିଷେକ ପଟ୍ଟନାୟକ ଙ୍କ ସମେତ ସମସ୍ତ ୧୧ ଜଣ ବିଜେଡି କାଉନସିଲର ମାନଙ୍କୁ ଅତିଥି ଗଣ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ ।ତଦସହ ଯେଉଁ ନେତୃବୃନ୍ଦଙ୍କ ଅକ୍ଳାନ୍ତ ପରିଶ୍ରମ, ସାଂଗଠନିକ ଦକ୍ଷତା ଯୋଗୁଁ ବିଜେଡ଼ି ପ୍ରଥମଥର‌ ପାଇଁ ନିର୍ବାଚନ ବୈତରଣୀ ପାର‌ହେବା ସହ ସଫଳତାର ସ୍ବାଦ ଚାଖିବା ସେମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ରାଇରଙ୍ଗପୁର ପୌରାଞ୍ଚଳର ସର୍ବାଙ୍ଗୀନ ବିକାଶ ସହ ଲୋକମାନଙ୍କର ନିକଟତର‌ ଓ ସୁଖ ଦୁଃଖର ସାମିଲ ହେବାପାଇଁ ନବନିର୍ବାଚିତ ସଦସ୍ୟମାନଙ୍କୁ ଶ୍ରୀଯୁକ୍ତ ରାଜ କିଶୋର ଦାସ ପରାମର୍ଶ ଦେଇଥିଲେ । ଶୃଙ୍ଖଳାତା ହିଁ ସଫଳତାର ମାପକାଠି ।କଠିନ ପରିଶ୍ରମ,ଟିମ୍ ଓ୍ବାର୍କ ଓ ଲୋକମାନଙ୍କର ସେବା କରିଲେ ହିଁ ଦଳ ପ୍ରତି ସାଧାରଣ ଜନତାଙ୍କ ଆସ୍ଥା ଓ ବିଶ୍ବାସ ବଢିବା ସହ ଲୋକ ଦଳ ପ୍ରତି ଅଧିକ ଆକୃଷ୍ଟ ହୋଇ ଯୋଡ଼ି ହେବେ ବୋଲି ଶ୍ରୀଯୁକ୍ତ ଜନ୍ମେଜୟ ଲେଙ୍କା କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ