୫-ଟି ସଚିବଙ୍କୁ ଭେଟିଲେ ଜିଲ୍ଲାପରିଷଦ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ

ହାଟଡିହି, (ବିକାଶ ବିଶ୍ୱାଳ) :୫ଟି ସଚିବ ଭିକେ ପାଣ୍ଡିଆନଙ୍କୁ ଭେଟି ସୌଜନ୍ୟ ମୁଳକ ସାକ୍ଷାତ ଆଲୋଚନା କରିଛନ୍ତି କେନ୍ଦୁଝର ଜିଲ୍ଲାର ନବ ନିର୍ବାଚିତ ଜିଲ୍ଲାପରିଷଦ ଅଧ୍ୟକ୍ଷା ସଗେରିକା ସାହୁ ଓ ଉପାଧ୍ୟକ୍ଷ ସୋମନାଥ ଦାସ । ଏହି ସୌଜନ୍ୟମୁଳକ ସାକ୍ଷାତ ଆଲୋଚନା ସମୟରେ ୫-ଟି ସଚିବ ଭିକେ ପାଣ୍ଡିଆନ ନବ ନିର୍ବାଚିତ ପ୍ରତିନିଧି ଦ୍ୱୟଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଜିଲ୍ଲାରେ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ଗୁଡିକ କିପରି ଠିକ ଭାବେ କାର୍ଯ୍ୟକାରୀ ହେବ ତାହା ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ । ଜିଲ୍ଲାର ସାମଗ୍ରୀକ ବିକାଶ ଉପରେ ମଧ୍ୟ ଆଲୋଚନା କରିଥିଲେ । ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ ଏହି ସମୟରେ ରତ୍ନଗର୍ଭା କେନ୍ଦୁଝର ଜିଲ୍ଲାରେ ମେଗା ଇଷ୍ପାତ କାରଖାନା ପ୍ରତିଷ୍ଠା, ବଉଳା ଅଞ୍ଚଳରେ ଥିବା ଦୁଇଗୋଟି କ୍ରୋମାଇଟ ଖଣି ବନ୍ଦ ହୋଇଯିବାରୁ ଦଶ ହଜାରରୁ ଉର୍ଦ୍ଧ ଲୋକ ପ୍ରଭାବିତ ହେବା ସହ ଜିଲ୍ଲାର ଅନେକ ବ୍ଲକରେ ଜଳସେଚନର ସୁବିଧା ନଥିବାରୁ ଚାଷୀମାନେ ଭୋଗୁଥିବା ସମସ୍ୟା ଉପରେ ତାଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ