କ୍ରମାଗତ ଚତୁର୍ଥ ଦିନ ପାଇଁ ସ୍ଥିର ରହିଛି ପେଟ୍ରୋଲ ଓ ଡିଜେଲ ମୂଲ୍ୟ

ନୂଆଦିଲ୍ଲୀ, (ୱାଇଏନ୍ଏସ୍) :-ନିୟମିତ ଭାବରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି କାରଣରୁ ଗ୍ରାହକ ମାନେ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ କ୍ରମାଗତ ଚତୁର୍ଥ ଦିନ ପାଇଁ ଅପରିବର୍ତ୍ତିତ ରହିଛି ପେଟ୍ରୋଲ ଓ ଡିଜେଲ ଦର । ଶେଷ ଥର ପାଇଁ ଏପ୍ରିଲ ୭ ତାରିଖରେ ବୃଦ୍ଧି ପାଇଥିଲା । ରାଜଧାନୀ ନୂଆଦିଲ୍ଳୀରେ ୭ ତାରିଖରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ୮୦ ପଇସା ଲେଖାଏଁ ବୃଦ୍ଧି ପାଇଥିଲା ।ସମାନ ଭାବରେ ସିଏନଜି ମୂଲ୍ୟ ମଧ୍ୟ ବୃଦ୍ଧି ପାଇଥିଲା । ରାଜଧାନୀ ଦିଲ୍ଳୀରେ ସିଏନଜି ମୂଲ୍ୟ ବର୍ତ୍ତମାନ ୬୬.୬୧ ଟଙ୍କା ରହିଛି । ଦିଲ୍ଲୀରେ ଲିଟର ପିଛା ପେଟ୍ରୋଲ ୧୦୫.୪୧ ଟଙ୍କା ଓ ଡିଜେଲ ୯୬.୬୭ ଟଙ୍କା ହୋଇଛି । ମୁମ୍ବାଇରେ ଲିଟର ପିଛା ପେଟ୍ରୋଲ ଦର ୧୨୦.୫୦ ଟଙ୍କା ଓ ଡିଜେଲ ୧୦୭.୭୭ ଟଙ୍କା ହୋଇଛି । ଉଲ୍ଲେଖଯୋଗ୍ୟ ଯେ, ୟୁକ୍ରେନ ଏବଂ ଋଷ ମଧ୍ୟରେ ଯୁଦ୍ଧ କାରଣରୁ ସମଗ୍ର ବିଶ୍ୱରେ ତୈଳ ଦର ବୃଦ୍ଧି ପାଇଛି । ଅଶୋଧିତ ତୈଳର ବ୍ୟାରେଲ ପିଛା ମୂଲ୍ୟରେ ୨୫ ଡଲାର ଯାଏଁ ମୂଲ୍ୟ ବୃଦ୍ଧି ଘଟିଥିବା ବେଳେ ଏହାକୁ ସମତୁଲ କରିବା ପାଇଁ ତୈଳ ଦର ବୃଦ୍ଧି କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ