ଆଜିଠୁ ୧୮ବର୍ଷରୁ ଅଧିକ ବୟସ୍କ ନେଇପାରିବେ ବୁଷ୍ଟର ଡୋଜ୍ 

ନୂଆଦିଲ୍ଲୀ, (ୱାଇଏନ୍ଏସ୍) :-ଦେଶରେ ୧୮ ବର୍ଷରୁ ଅଧିକ ଲୋକଙ୍କୁ ଆଜିଠାରୁ ବୁଷ୍ଟର ଡୋଜ ଦେବା ଆରମ୍ଭ ହେବ । ଏହା ପୂର୍ବରୁ କୋଭିଡ ଟିକାର ଦାମ କମିଛିି । କୋଭିସିଲ୍ଡ ଟିକା ଏଣିକି ୬ ଶହ ଟଙ୍କା ବଦଳରେ ୨୨୫ ଟଙ୍କାରେ ଉପଲବ୍ଧ ହେବ । ସେରମ ଇନଷ୍ଟିଚ୍ୟୁଟର ସିଇଓ ଅଦର ପୁନାୱାଲ ଏହି ଘୋଷଣା କରିଛନ୍ତି । କେନ୍ଦ୍ର ସରକାରଙ୍କ ସହ ଆଲୋଚନା ପରେ ଏଭଳି ନିଷ୍ପତ୍ତି ନିଆଯାଇଥିବା ଟ୍ୱିଟ କରିଛନ୍ତି ପୁନାୱାଲା । ସେହିଭଳି ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ ଟିକାର ଦାମ ବି କମିଛି । ଏଣିକି ଘରୋଇ ହସପିଟାଲ ଗୁଡିକରେ ଏହି ଟିକା ବି ୨୨୫ ଟଙ୍କାରେ ମିଳିପାରିବ । ପୂର୍ବରୁ ଏହାର ମୂଲ୍ୟ ୧୨ ଶହ ଟଙ୍କା ଥିଲା । ଆଜିଠୁ ୧୮ବର୍ଷରୁ ଅଧିକ ବୟସ୍କ ତୃତୀୟ ବା ବୁଷ୍ଟର ଡୋଜ ନେଇପାରିବେ । ଯେଉଁମାନେ ଦ୍ୱିତୀୟ ଡୋଜ ନେବାର ୯ ମାସ ହେଲାଣି, ସେମାନେ ବୁଷ୍ଟର ଡୋଜ ନେଇପାରିବେ । କରୋନାର ଅନେକ ଭାରିଆଣ୍ଟ ଏବେ ସାମ୍ନାକୁ ଆସିଲାଣି । ଆଉ ଏହାର ମୁକାବିଲା ପାଇଁ କେନ୍ଦ୍ର ସରକାର ବଡ ଟିକାକରଣ ଅଭିଯାନ ଚଳାଇଛନ୍ତି । ଆଉ ବୁଷ୍ଟର ଡୋଜ ଭାରତର କରୋନା ବିରୋଧ ଲଢେଇରେ ସହାୟକ ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ