ଆଠଗଡ଼ ପରେ ଢେଙ୍କାନାଳରେ ଆତଙ୍କରାଜ

କଟକ, (ଯୁଗାବ୍ଦ ନ୍ୟୁଜ) :-ହାରିଲେ ବିଜେଡିର ହିଂସା ଫର୍ମୁଲା । ଆଠଗଡ଼ ପରେ ଢେଙ୍କାନାଳରେ ଶାସକ ଦଳର ଆତଙ୍କରାଜ ଅଭିଯୋଗ । ପୌରାଧ୍ୟକ୍ଷାଙ୍କ ଘର ଉପରକୁ ବୋମାମାଡ଼, ପୂର୍ବରୁ ହୋଇଥିଲା ଗୁଳିମାଡ଼ । ପୌର ନିର୍ବାଚନ ପରେ ଅଶାନ୍ତ ହୋଇଉଠିଛି ଢେଙ୍କାନାଳ। ବିଜେଡିର ଆତଙ୍କରାଜ ଅଭିଯୋଗ । ୧୦ ଦିନ ଭିତରେ ଦୁଇ ଦୁଇ ଥର ପୌରାଧ୍ୟକ୍ଷାଙ୍କ ବାସଭବନକୁ ଦୁର୍ବୃତ୍ତଙ୍କ ଆକ୍ରମଣ । କେତେବେଳେ ଫାଙ୍କା ଗୁଳି ଚାଳନା ତ ଆଉ କେତେବେଳେ ଘର ବାହାରେ ବୋମାମାଡ଼ । ଶନିବାର ବିଳମ୍ବିତ ରାତିରେ ଢ଼େଙ୍କାନାଳ ପୌରାଧ୍ୟାକ୍ଷା ଜୟନ୍ତୀ ପାତ୍ରଙ୍କ ଘର ଗେଟ୍ ଉପରକୁ ବୋମା ପକାଇଛନ୍ତି ଦୁର୍ବୃତ୍ତ । ଯାହାର ଫୁଟେଜ ସିସିଟିଭିରେ କଏଦ ହୋଇଛି । ବୋମା ଫୁଟିବା ଦ୍ଵାରା ଘରର ଗେଟ୍, ଗାଡି ଓ ଆସବାବପତ୍ର କ୍ଷତିଗ୍ରସ୍ତ ହୋଇଛି । ଏନେଇ ଟାଉନ ଥାନାରେ ଏତଲା ଦିଆଯାଇଛି। ସଦର ବିଜେଡି ବିଧାୟକ ସୁଧୀର କୁମାର ସାମଲଙ୍କ ସଂପର୍କୀୟ ଓ ସହଯୋଗୀ ଏଭଳି କାଣ୍ଡ ଘଟାଇଥିବା ପୌରାଧ୍ୟାକ୍ଷା ଅଭିଯୋଗ କରିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇଟି ଅଫୁଟା ବୋମା ଜବତ ସହ ତଦନ୍ତ କରୁଛି । ଇଏ ପ୍ରଥମ ଘଟଣା ନୁହେଁ, ପୂର୍ବରୁ ମଧ୍ୟ ଗତ ୩୦ ତାରିଖରେ ପୌରାଧ୍ୟକ୍ଷାଙ୍କ ଘର ବାହାରେ ୫ ରାଉଣ୍ଡ ଫାଙ୍କା ଗୁଳି ଚାଳନା ସହ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିଲେ କିଛି ଦୁର୍ବୃତ୍ତ । ଏଇ ଘଟଣାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି । ତା ପୂର୍ବରୁ କିଛି ଦିନ ତଳେ ଆଠଗଡ ନିର୍ବାଚନରେ ହିଂସା ଦେଖିବାକୁ ମିଳିଥିଲା । ବିଜେପି ଚେୟାରମ୍ୟାନ ପ୍ରାର୍ଥୀ ଇଲା ପଣ୍ଡାଙ୍କୁ ମଧ୍ୟ ଗାଡି ଚଢାଇ ମାରିବାକୁ ଉଦ୍ୟମ ହୋଇଥିଲା । ଆହତ ଇଲା ଅଳ୍ପକେ ବର୍ତ୍ତି ଯାଇଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ