ବ୍ରହ୍ମପୁରରେ ପ୍ରେସ ଦିବସ ପାଳିତ

ବ୍ରହ୍ମପୁର , (ଯୁଗାବ୍ଦ ନ୍ୟୁଜ) : ଜାତୀୟ ପ୍ରେସ ଦିବସ ଅବସରରେ ବରିଷ୍ଠ ସାମ୍ବାଦିକ ସୁଦୀପ ସାହୁଙ୍କ ଅଧ୍ୟକ୍ଷତାରେ “ସୁସ୍ଥ ସମାଜ ଗଠନରେ ସାମ୍ବାଦିକଙ୍କ ଭୂମିକା” ଶୀର୍ଷକ ଏକ ଆଲୋଚନାଚକ୍ର ଶନିବାର ବ୍ରହ୍ମପୁରଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଆଲୋଚନାଚକ୍ରରେ ବରିଷ୍ଠ ସାମ୍ବାଦିକ ଜ୍ୟୋତି ରଞ୍ଜନ ଦାଶ , ଜଗନମୋହନ ମହାପାତ୍ର , ପ୍ରକାଶ ପଟ୍ଟନାୟକ , ଜ୍ଞାନ ରଞ୍ଜନ ରଥ ପ୍ରମୁଖ ଯୋଗଦେଇ ସମାଜ ପ୍ରତି ଗଣମାଧ୍ୟମ ଭୂମିକା ତଥା ଗଣ ପ୍ରତିନିଧିଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟବୋଧ ସମ୍ପର୍କରେ ନିଜର ମତ ଉପସ୍ଥାପନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ରବିନ୍ଦ୍ର ନାଥ ବେହେରା , ଟୁଟୁ ବେହେରା , ସୁବିତ ନାୟକ , ପ୍ରକାଶ ଚନ୍ଦ୍ର ଶାସନୀ , ଲୋକନାଥ ଦାଶ , ବାବୁଲା ପାଣିଗ୍ରାହୀ , ରାମ କୁମାର ପାତ୍ର , ଅମର ଦାଶ , ଗୌରୀ ଶଙ୍କର ମିଶ୍ର , ଗୋପାଳ ରେଡ୍ଡୀ , ଅମର କୁମାର ଦାଶ , ସୁନିଲ କୁମାର ସାହୁ , ନିର୍ମଳ ସାହୁ , ବିଘ୍ନ ରାଜ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ