ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ତାରିଖ ୧୨-୦୪-୨୦୨୨/ମଙ୍ଗଳବାର
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :୧-ପାଣ୍ଡ୍ୟାଙ୍କ ଉପରେ ଭାରି ପଡିଲା କେନ ଓ୍ଵିଲିୟମସନଙ୍କ ଅର୍ଦ୍ଧଶତକ, ଗୁଜରାଟର ବିଜୟରେ ବ୍ରେକ ଲଗାଇଲା ହାଇଦ୍ରାବାଦ ।
୨-ଆନ୍ଧ୍ର ପ୍ରଦେଶରେ ବଡ଼ ଟ୍ରେନ ଦୁର୍ଘଟଣା, କୋଣାର୍କ ଏକ୍ସପ୍ରେସ ଧକ୍କାରେ ଚାଲିଗଲା ୫ ଜୀବନ ।
୩-ଆମେରିକା ସହ ଭାରତର ମିତ୍ରତା ଅଭିନ୍ନ ଅଙ୍ଗ: ମୋଦୀ।
୪-କେନ୍ଦ୍ର ପାଖରେ ୧୦୦% ଚାଉଳ ଦେବାକୁ ଦାବି କଲା ଓଡ଼ିଶା; ମନ୍ତ୍ରୀ କହିଲେ, ଅନ୍ୟ ରାଜ୍ୟ ଭଳି ଓଡ଼ିଶାକୁ ବି ଚାହିଦା ଅନୁସାରେ ଶଶ୍ୟ ମିଳୁ ।
୫-ପାକିସ୍ତାନର ନୂତନ ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେଲେ ଶାହାବାଜ ସରିଫ, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ ।
୬-ପ୍ରଧାନମନ୍ତ୍ରୀ ନିର୍ବାଚିତ ହେବା ପରେ ସରକାରୀ କର୍ମଚାରୀଙ୍କ ବେତନ ଓ ପେନ୍ସନ୍ରେ ୧୦ ପ୍ରତିଶତ ବୃଦ୍ଧି କଲେ ଶେହବାଜ୍ ।
୭-ବାଇଡେନଙ୍କ ସହ ପିଏମ ମୋଦୀଙ୍କ ଭର୍ଚୁଆଲ ବୈଠକ, ୟୁକ୍ରେନକୁ ଭାରତର ମାନବୀୟ ସହାୟତା ପ୍ରଦାନକୁ ସ୍ୱାଗତ କଲେ US ରାଷ୍ଟ୍ରପତି ।
୮-ବିଗୁଡୁଚି ଶ୍ରୀଲଙ୍କାର ଆର୍ଥିକ ସଂକଟ: ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ଇସ୍ତଫା ଦାବି ନେଇ ବଢିଲା ଜନତାଙ୍କ ପ୍ରତିବାଦ ।
୯-ଶ୍ରୀଲଙ୍କାରେ ଜାରି ରହିଥିବା ଆର୍ଥୀକ ସଂଙ୍କଟ ଏବଂ ସାଧାରଣ ଜନତାଙ୍କ ବିରୋଧ ପ୍ରଦର୍ଶନ ମଧ୍ୟରେ ଆଜି ଦେଶର ଜନତାଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ମହିନ୍ଦ୍ରା ରାଜପକ୍ଷ। ସେ ଦେଶର ଲୋକଙ୍କୁ ଶାନ୍ତି ପାଇଁ ଅପିଲ କରିଛନ୍ତି । ସେ କହିଛନ୍ତି ଯେ ଆପଣ ଯେତେବେଳେ ବିରୋଧ ପ୍ରଦର୍ଶନ କରୁଛନ୍ତି ସେତେବେଳେ ଆମେ ଡଲାର ହରାଉଛନ୍ତି । ପ୍ରଦର୍ଶନକାରୀମାନେ ରାଜପକ୍ଷ ପରିବାର ପ୍ରତି ବର୍ତ୍ତମାନ ଖୁବ ନାରାଜ ଅଛନ୍ତି ।
୯-+୨ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ । ୩ଟି ବିଷୟ ପରୀକ୍ଷା ସୂଚୀରେ ପରିବର୍ତ୍ତନ ହୋଇଛି । ଗଣିତ, ହୋମ ସାଇନ୍ସ ଓ ବାୟୋଲୋଜୀ ପରୀକ୍ଷା ସୂଚୀରେ ପରିବର୍ତ୍ତନ । ମେ ୧୯ରେ ହେବାକୁ ଥିବା ପରୀକ୍ଷା ମେ ୩୧ରେ ହେବ । ବିଜ୍ଞାନ ପିଲାଙ୍କ ପରୀକ୍ଷା ସୂଚୀରେ କମ ବ୍ୟବଧାନ ଥିବାରୁ ପରିବର୍ତ୍ତନ କରାଯାଇଛି । ପରୀକ୍ଷା ସୂଚୀରେ ପରିବର୍ତ୍ତନ ନେଇ ସିଏଚଏସଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
୧୦-ଏବେ ମହଙ୍ଗା ହେବ ଉବର ସର୍ଭିସ, ଦେବାକୁ ପଡିବ ୧୨ ପ୍ରତିଶତ ଅଧିକ ଭଡା ।
୧୧-ଆଣ୍ଟି ଟେଙ୍କ୍ ମିଶାଇଲ୍ ‘ହେଲିନା’ର ସଫଳ ପରୀକ୍ଷଣ କଲା ଭାରତ; ବଢ଼ିଲା ବାୟୁ ସେନାର ଶକ୍ତି ।
୧୨-KVS Admission 2022 :୬ ବର୍ଷ ରହିବ କେନ୍ଦ୍ରୀୟ ବିଦ୍ୟାଳୟରେ ଆଡ୍ମିଶନର ସର୍ବନିମ୍ନ ବୟସ ସୀମା ।
୧୩-ମଡେଲ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ପକ୍ଷ ରଖିବାକୁ ଡିସିପିଙ୍କୁ ନିର୍ଦ୍ଦେଶ ।
୧୪-ଏଣିକି ୱେବ୍ ପୋର୍ଟାଲରେ ଅପ୍ଲୋଡ୍ ହେବ ମୃତ୍ୟୁର ଡାକ୍ତରୀ ପ୍ରମାଣପତ୍ର ।
୧୫-ମନ୍ଦିରରେ ଝଣ୍ଡା ଲଗାଇବା ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ: ଯୋଡାରେ ୧୪୪ ଧାରା ଜାରି।
୧୬-ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିର୍ଦ୍ଦେଶ-ସୀମାବର୍ତ୍ତୀ ଗାଁରେ ରାତି ବିତାଇବେ ବରିଷ୍ଠ ଅଧିକାରୀ, ପ୍ରସ୍ତୁତ ହେବ ବିକାଶର ନକ୍ସା /