ନିଜର ପ୍ରଡକସନ୍ ହାଉସ୍ ଆରମ୍ଭ କଲେ ସୋହା
ଖୁବ୍ଶୀଘ୍ର ୱେବ ସିରିଜ୍ ମାଧ୍ୟମରେ ପରଦାକୁ ଫେରୁଛନ୍ତି ବଲିଉଡ୍ ନାୟିକା ସୋହା ଅଲି ଖାଁ । ଇତି ମଧ୍ୟରେ ସେ କିନ୍ତୁ ନିଜ ପ୍ରଡକସନ୍ ହାଉସ୍ ଆରମ୍ଭ କରି ସାରିଥିବା ଖବର ମିଳିଛି । ଏବେ ସେ ଜଣାଶୁଣା ଆଇନଜୀବୀ ରାମଜେଠମାଲାନିଙ୍କ କାହାଣୀକୁ ପରଦାରେ ଆଣିବା କାମରେ ଲାଗି ପଡିଥିବା କୁହାଯାଉଛି । କିଛିଦିନ ହେବ ଝିଅ ପାଇଁ ସେ କାମରୁ ବ୍ରେକ୍ ନେଇଥିବା କୁହାଯାଉଥିଲା । ଏବେ ସେ କହିଛନ୍ତି ପୂର୍ବରୁ ତାଙ୍କ ମା’ ପିଲାମାନଙ୍କୁ ସମ୍ଭାଳି କାମ କରୁଥିଲେ ଏମିତିକି ତାଙ୍କ ଭାଉଜ କରିନା ମଧ୍ୟ ବିନା ବ୍ରେକରେ କାମ କରିଛନ୍ତି । ତେଣୁ ଏବେ ସେ ବିନା ବ୍ରେକରେ କାମ କରିବା କଥା ଚିନ୍ତା କରିଛନ୍ତି । ଏହାସହ ନିଜ ପ୍ରଡକସନ୍ ହାଉସରେ ପରିବାର ଲୋକଙ୍କୁ ସାମିଲ କରିବାକୁ ନେଇ ପ୍ରଶ୍ନ କରାଯିବାରୁ ସେ କହିଛନ୍ତି, ସମସ୍ତେ ସମସ୍ତଙ୍କ କାର୍ଯ୍ୟରେ ବ୍ୟସ୍ତ । ତେଣୁ ସବୁବେଳେ ମୁଁ ସେମାନଙ୍କୁ ନେବାକୁ ଚେଷ୍ଟା କରିବି ହେଲେ ଏଥିପାଇଁ ସେ କାହାକୁ ବାଧ୍ୟ କରିବେ ନାହିଁ ବୋଲି କହିଛନ୍ତି ।


