ଯୁବକଙ୍କ ମୃତ୍ୟୁ ନେଇ ଶୋକ ର ଛାୟା ଖେଳିଯାଇଛି
ଛତ୍ରପୁର, (ଦେବଦତ୍ତ ମହାରଣା) : ଛତ୍ରପୁର ଥାନା ଅନ୍ତର୍ଗତ ଗଙ୍ଗାପୁର ଗ୍ରାମର ରଘୁନାଥ ବେହେରାଙ୍କ ପୁତ୍ର ଦୀପକ ବେହେରା (19) ଟ୍ରେନ ରୁ ଖସି ବିୟୋଗ ହୋଇଥିବା ଖବର ଆସିଥିଲେ ମଧ୍ୟ ତାହା ସନ୍ଦେହ ଜନକ ମୃତ୍ୟୁ ବୋଲି ସାଧାରଣ ରେ ଆଲୋଚନା ହେଉଛି l ସୂଚନା ଥାଉକି ଦୀପକ ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟ ବାଣିଜ୍ୟ ଦୁତୀୟ ବର୍ଷ ରେ ଅଧ୍ୟୟନ କରୁଥିଲେ ଦୀପକଙ୍କ ମା କହିବା ଅନୁଯାଇ ଗତ 10 ତାରିଖ ରାତ୍ର 12 :30 ରେ ହଟାତ ଦଣ୍ଡ ନାଚ ଦେଖିବା ପାଇଁ କହି ଘରୁ ବାହାରି ଥିଲେ କିନ୍ତୁ ଘରକୁ ଫେରିବା ବିଳମ୍ବ ହେବାରୁ ଦୀପକଙ୍କ ପରିବାର ଲୋକ ଖୋଜି ଥିଲେ ଓ ଫୋନ କରିଥିଲେ କିନ୍ତୁ ଦୀପକ ଫୋନ ଉଠାଇ ନଥିଲେ ଘରେ ଵିଚଳିତ ହେଉଥିବା ବେଳେ ୧୧ତାରିଖ 11 ସମୟରେ ଦୀପକଙ୍କ ପରିବାର ସଦସ୍ୟଙ୍କ ପାଖକୁ କୁଣ୍ଡି ଷ୍ଟେସନ ପଲାସା ରୁ ଏକ ଫୋନ କଲ୍ ଆସିଥିଲା ଓ ସେଥିରେ ଗୋଟେ ଫୋଟ ପଠାଇ ପଚାରିଥିଲେ ୟାଙ୍କୁ ଚିନିଛନ୍ତି କି ପରେ ପରିବାର ସଦସ୍ୟ ଘଟଣା ସ୍ଥଳରେ ପହଁଚି ଥିଲେ ଓ ସେଠାରେ ଜାଣି ବାକୁ ପାଇଥିଲେ ଦୀପକଙ୍କ ମୃତ୍ୟୁ ହୋଇଛି ବୋଲି | ଦୀପକଙ୍କ ବିୟୋଗରେ ପୁରା ଅଞ୍ଚଳରେ ଶୋକର ଛାୟା ଖେଳିବା ସହିତ ଅଞ୍ଚଳରେ ଅନେକ ପ୍ରକାର ଚର୍ଚ୍ଚା ହେଉଛି | ଦୀପକ କାହାକୁ ନଜଣାଇ କାହିଁକି ରାଜ୍ୟ ବାହାରକୁ ଯାଉଥିଲେ ଓ ତାଙ୍କୁ ରାତିରେ ଘରୁ ନେଲା କିଏ ଏମିତି ବିଭିନ୍ନ ଚର୍ଚ୍ଚା ହେଉଛି | ଘଟଣା ସ୍ଥଳରେ ପଲାସା ଆରପିଏଫ ପହଁଚି ତଦନ୍ତ ଚଲାଇଛି |


