ପିଲାବେଳେ ଝିଅ ଆରାଧ୍ୟାଙ୍କ ଭଳି ଦେଖାଯାଉଥିଲେ ଐଶ୍ୱର୍ଯ୍ୟା

ପିଲାମାନେ ମା’ବାପାଙ୍କ ଭଳି ଦେଖାଯିବା ସ୍ୱାଭାବିକ କଥା । ମାତ୍ର କିଛି କ୍ଷେତ୍ରରେ ପିଲାମାନେ ଅବିକଳ ନକଲ ହୋଇଥିବା ଭଳି ମନେ ହୁଏ । ଯେପରିକି ନୀଳ ନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ଝିଅ ଆରାଧ୍ୟାଙ୍କ କଥା ଦେଖନ୍ତୁ । ପିଲାଦିନେ ଝିଅ ଆରାଧ୍ୟାଙ୍କ ଭଳି ଦେଖାଯାଉଥିଲେ ଐଶ୍ୱର୍ଯ୍ୟା । ସୋସିଆଲ ମିଡିଆରେ ଉଭୟଙ୍କ ଏପରି ଏକ ଫଟୋ ଘୁରି ବୁଲୁଛି, ଯାହାକୁ ଦେଖିଲେ ଯେ କେହି ବିଶ୍ୱାସ କରିପାରିବ ନାହିଁ । ଫଟୋରେ ଆରାଧ୍ୟା ମଧ୍ୟ ମା’ ଐଶ୍ୱର୍ଯ୍ୟାଙ୍କ ନକଲ ଭଳି ଦେଖାଯାଉଥିବା କହିପାରିବେ । ଏପରିକି ଝିଅଙ୍କ ଭଳି କେଶ ବିନ୍ୟାସ ମଧ୍ୟ ଐଶ୍ୱର୍ଯ୍ୟାଙ୍କର ଥିଲା । ଗୋଲାପି ରଙ୍ଗର ପୋଷାକ ପିନ୍ଧିଥିବା ବେଳର ଉଭୟଙ୍କ ଫଟୋକୁ କୋଲାଜ୍ କରାଯାଇ ଐଶ୍‌ଙ୍କ ଫ୍ୟାନ୍ ପେଜରେ ଶେୟାର କରାଯାଇଛି । ଏହା ଏବେ ଭାଇରାଲ ହେଉଛି । ତେବେ ଆରାଧ୍ୟା ହେଉଛନ୍ତି ଅଭିଷେକ ଏବଂ ଐଶ୍ୱର୍ଯ୍ୟାଙ୍କ ପ୍ରଥମ ସନ୍ତାନ । ୨୦୧୧ ନଭେମ୍ବର ୧୬ରେ ସେ ଜନ୍ମଲାଭ କରିଥିଲେ । ସେ ଏବେ ଲୋକପ୍ରିୟ ଷ୍ଟାର କିଡ୍ ତାଲିକାରେ ସାମିଲ ଅଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ