ଜନ୍ମଗତ ହୃଦ୍ ରୋଗୀ ଶିଶୁ କୁ ସହୟତା ର ହାତ ବଢାଇଲା ଆର୍ ବି ଏସ୍ କେ ଟିମ୍ 

ଗଂଜାମ, (ବିନୋଦ ପଲାଇ) :-ଗଂଜାମ ବ୍ଲକ ଅନ୍ତର୍ଗତ ଖଣ୍ଡଦେଉଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ କାର୍ଯ୍ୟକରୁଥିବା ଆର୍ ବି ଏସ୍ କେ ଟିମ ର ଉଚିତ୍ ପଦକ୍ଷେପ ପାଇଁ ଗୋଟିଏ ନିରୀହ ଶିଶୁ ମହାବିପତ୍ତି ରୁ ଉଧାର ହେବାକୁ ଯାଉଛି । ସୂଚନାଯୋଗ୍ୟ ଏହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ର କରପଡା ଉପ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନରେ ଥିବା ଆଲିଆବାଦ ଗ୍ରାମ ର ବାସୁଦେବ ନାୟକ ଙ୍କ ଝିଅ ଲିପ୍ସା ନାୟକ (୬ ବର୍ଷ) ଦୀର୍ଘ ଦିନଧରି ଅସୁସ୍ଥଥିବା ଜାଣି ଆର୍ ବି ଏସ୍ କେ ଆୟୁଷ ଡାକ୍ତର ମନୋଜ କୁମାର ବେହରା ,ଡାକ୍ତର ରବିନ୍ଦ୍ର ସଠୀ ,ଡାକ୍ତର ବିଜୟଲକ୍ଷ୍ମି ପୃଷ୍ଟି ଶିଶୁଟିର ଘରକୁ ଯାଇ , ସେଠାରେ ତାର ସ୍ୱାସ୍ଥ୍ୟ ପରୀକ୍ଷା କରି ଶିଶୁଟିର ଜନ୍ମଗତ ହୃଦ୍ ରୋଗରେ ପିଡିତ ଥିବା ଜାଣିବାକୁ ପାଇଥିଲେ । ପରେ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରର ଅଧକ୍ଷ ଡାକ୍ତର ସୌମ୍ୟକାନ୍ତ ମହାପାତ୍ର ଙ୍କ ନିର୍ଦେଷକ୍ରମେ ଆର୍ ବି ଏସ୍ କେ ଟିମ୍ ର ଫାର୍ମାସିଷ୍ଟ ସନ୍ୟାସି ବେହେରା ଏବଂ ଏ ଏନ୍ ଏମ୍ ଶସ୍ମିତା ପ୍ରଧାନ ଉକ୍ତ ଶିଶୁ କନ୍ୟାଟିକୁ ପ୍ରଥମେ ଡି ଇ ଆ ଇ ସି ,ସିଟି ହସ୍ପିଟାଲ ,ଗଂଜାମ ଏବଂ ସେଠାରୁ ଜିଲ୍ଲା ସ୍ୱାସ୍ଥ୍ୟ ପ୍ରଶାସନ ର ସହଯୋଗରେ ଭୂବନେଶ୍ୱର ସାଇ ଜନନୀ କେନ୍ଦ୍ରକୁ ନେଇଥିଲେ ।ସେଠାରେ ଶିଶୁଟିର ସମସ୍ତ ପରୀଷା କରାଯାଇ ତା ୧୦-୦୪-୨୦୨୨ ରିଖ ଦିନ ,ଆୟୁଷ ଡାକ୍ତର ସିମାଚଂଳ ପଣ୍ଡା ଙ୍କ ନେତୃତ୍ୱ ରେ ଏକ ଡାକ୍ତରୀ ଦଳ ଶିଶୁଟିର ଅସ୍ତ୍ରୋପଚାର ପାଇଁ ଗୁଜୁରାଟ ର ଅହମ୍ମାଦାବାଦ ସ୍ଥିତ ସତ୍ୟସାଇ ହାର୍ଟ ଇନଷ୍ଟିଚ୍ୟୁଟ୍ କୁ ନେଇଛନ୍ତି । ଖଣ୍ଡଦେଉଳି ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର ର ବିପିଏମ୍ ସରୋଜ ମହାନ୍ତି ,ଅଧକ୍ଷ ଡାକ୍ତର ସୌମ୍ୟକାନ୍ତ ମହାପାତ୍ର ଶିଶୁଟିର ଆସୁ ଆରୋଗ୍ୟ କାମନା କରିଛନ୍ତି । ସୂଚନାଯୋଗ୍ୟ ବିଗତ ତା ୨୯-୦୩-୨୦୨୨ ରିଖ ଦିନ ବ୍ରହ୍ମପୁର ଟାଉନ ହଲ ଠାରେ ରାଷ୍ଟ୍ରୀୟ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ରେ ଉତ୍ତମ ପ୍ରଦର୍ଶନ ପାଇଁ ଖଣ୍ଡଦେଉଳି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଅଧକ୍ଷ ଡାକ୍ତର ସୌମ୍ୟକାନ୍ତ ମହାପାତ୍ର ଙ୍କୁ ଶ୍ରେଷ୍ଠ ଅଧକ୍ଷ ରୂପେ ଜିଲ୍ଲା ପ୍ରଶାସନ ତରଫରୁ ପୁରସ୍କାର କରାଯାଇଥିଲା। ସେହିପରି ଏହି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଆର ବି ଏସ୍ କେ ଟିମ୍ ର ଆୟୁଷ ଡାକ୍ତର ଏବଂ ପାରା ମେଡିକ୍ ଙ୍କ ଦୃଢ ନିଷ୍ଠା ଏବଂ ଉତ୍ତମ କାର୍ଯ୍ୟ ଦକ୍ଷତା ପାଇଁ ଅନେକ ଶିଶୁଙ୍କୁ ମହାବିପତ୍ତି ରୁ ଉଦ୍ଧାର କରାଯାଉଛି ବୋଲି ବିଭିନ୍ନ ବୁଦ୍ଧୀଜୀବି ମହଲରେ ଆଲୋଚନା ର ବିଷୟ ପାଲଟିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ