ବିଭିନ୍ନ ଅନୁଷ୍ଠାନ ଓ ମନ୍ଦିର ପକ୍ଷରୁ ଓଡିଆ ନବବର୍ଷ ପାଳିତ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲା କାଶୀନଗର ସହରର ବସଷ୍ଟାଣ୍ଡ ନିକଟସ୍ଥ ଶ୍ରୀରାମ ମନ୍ଦିର, ବଂଶଧାରା ନଦୀ କୂଳସ୍ଥ ପଞ୍ଚମୁଖୀ ହନୁମାନ, କୋଦଣ୍ଡ ରାମସ୍ୱାମୀ ମନ୍ଦିର, ଷ୍ଟେଟ ବ୍ୟାଙ୍କ ଛକ ନିକଟସ୍ଥ ହନୁମାନ ମନ୍ଦିର ଓ ବଂଶଧାରା ପାଠାଗାର ପକ୍ଷରୁ ଓଡିଆ ନବବର୍ଷ ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଥମୋକ୍ତ ମନ୍ଦିରରେ ହୋମଯଜ୍ଞ, ପୂଜାର୍ଚ୍ଚନା, ପ୍ରସାଦ ସେବନ, ହନୁମାନ ଉପାସନା, ପଣା ବଣ୍ଟନ ପ୍ରଭୃତି କାର୍ଯ୍ୟକ୍ରମ ଭାସ୍କର ସାମନ୍ତରାୟଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିବା ବେଳେ ତ୍ରିନାଥ ନାୟକ, ସୁବାସ ବିଶ୍ୱସରାୟ, ଗୋପୀନାଥ ନାୟକ ପ୍ରମୁଖ ପରିଚାଳନାରେ ସହାୟତା କରିଥିଲେ । ସେହିପରି ବଂଶଧାରା ନଦୀକୂଳଲରେ ଥିବା ପଞ୍ଚମୁଖୀ ହନୁମାନ ମନ୍ଦିରରେ ଉଲ୍ଲେଖିତ କାର୍ଯ୍ୟକ୍ରମ ଗୁଡିକରେ ଜଗଦୀଶ ପାଣିଗ୍ରାହୀଙ୍କ ନେତୃତ୍ୱରେ ହୋଇଥିଲା । ଟୁନା ଚୌଧୁରୀ, ମୁନା ମିଶ୍ର, ରାଜୁ ପାଣିଗ୍ରାହୀ, ମଣ୍ଟୁପାତ୍ର ପ୍ରମୁଖ ସହାୟତା କରିଥିଲେ । କୋଦଣ୍ଡ ରାମସ୍ୱାମୀ ମନ୍ଦିରର କାର୍ଯ୍ୟକ୍ରମ ପରିଚାଳନା କମିଟିର କେ.ସତ୍ୟମ୍‌, କେ.ରାମାରାଓ ପ୍ରମୁଖଙ୍କ ଦ୍ୱାରା ପରିଚାଳିତ ହୋଇଥିଲା । ଷ୍ଟେ ଟ ବ୍ୟାଙ୍କ ଛକ ନିକଟସ୍ଥ ହନୁମାନ ମନ୍ଦିରରେ ବସନ୍ତ ମହାରଣା, ସୀମାଞ୍ଚଳ ମହାରଣା, ଟି. କ୍ରିଷ୍ଣା, କିଶୋର ଜେନା ପ୍ରମୁଖ ଉପସ୍ଥିତ ରହି ହନୁମାନଙ୍କ ପୂଜାର୍ଚ୍ଚନା ସହ ପଣା ବାଣ୍ଟିଥିଲେ । ସ୍ଥାନୀୟ ବଂଶଦାରା ପାଠାଗାର ତରଫରୁ ହୃଷୀକେଶ ଗୌଡଙ୍କ ଅଧ୍ୟକ୍ଷତାରେ ବିଷୁବ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅତିଥି ଓ ବକ୍ତା ବାବେ ଏନ୍‌ଏସି ଅଧ୍ୟକ୍ଷା ଏମ୍‌.ସୁଧାରାଣୀ, ଉପାଧ୍ୟକ୍ଷ ରଘୁରାମ ସାହୁ, ବିଡିଓ ଲକ୍ଷ୍ମୀ ପ୍ରସାଦ ସାହୁ, ଆଇଆଇସି ସୁଶାନ୍ତ ସାହୁ, କାଉନସିଲର କାଟିକି ରାମାରାଓ, କବିରାଜ ରାମନାଥ ପାତ୍ର, ଦକ୍ଷିଣ ଓଡିଶା ସାହିତ୍ୟ ସମ୍ମିଳନୀର ସଭାପତି କବି ପ୍ରଶାନ୍ତ ମିଶ୍ର, ଶ୍ରୀରାମ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ନବକୃ,୍‌ଣ ସାହୁକାର ପ୍ରମୁଖ ମଞ୍ଚାସୀନ ହେବା ସହ ବକ୍ତବ୍ୟ ରଖିଥିଲେ । କବିତା ପାଠୋତ୍ସବ ପରିଚାଳନା କରିଥିଲେ ଶିକ୍ଷକ ଜୟ କୁମାର ମିଶ୍ର । ଏଥିରେ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ