ବ୍ରହ୍ମପୁର ସାଂସଦଙ୍କୁ ଭେଟିଲେ ମୋହନା ନିର୍ବାଚନ ମଣ୍ଡଳୀର ନବନିର୍ବାଚିତ ପ୍ରତିନିଧି
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲା ମୋହନା ନିର୍ବାଚନ ମଣ୍ଡଳୀର ନବନିର୍ବାଚିତ ଜନ ପ୍ରତିନିଧି ମାନେ ସ୍ଵତନ୍ତ୍ର ଉନ୍ନୟନ ପରିଷଦର ପୂର୍ବତନ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ଗମାଙ୍ଗ ଓ ଜିଲ୍ଲା ସଭାପତି ପ୍ରଦୀପ ନାୟକଙ୍କ ନେତୃତ୍ଵରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କରିଥିବା ଜଣାପଡିଛି l ସାଂସଦ ଶ୍ରୀ ସାହୁ ଗଜପତି ଜିଲ୍ଲାର ମୋହନା ନିର୍ବାଚନ ମଣ୍ଡଳୀର ନବନିର୍ବାଚିତ ପ୍ରତିନିଧିଙ୍କୁ ସ୍ଵାଗତ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ ଯୋଜନା ଗୁଡିକୁ ଘରେ ଘରେ ପହଞ୍ଚାଇବା ସହ ଅଞ୍ଚଳରେ ବିକାଶ ଏବଂ ବିଭିନ୍ନ ସମସ୍ୟାର ସମାଧାନ ଦିଗରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିବା ଜଣାପଡିଛି l ଅନ୍ୟ ପକ୍ଷରେ ଏହି ପ୍ରତିନିଧି ମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସାଂସଦ ଚନ୍ଦ୍ର ଶେଖର ସାହୁଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଗୁଡିକ ତୃଣମୂଳ ସ୍ତରରେ ପହଞ୍ଚିବା ସହ ଅଞ୍ଚଳରେ ବିକାଶ ଓ ଉନ୍ନତି ଦିଗରେ ଶତପ୍ରତିଶତ କାର୍ଯ୍ୟ କରିବୁ ବୋଲି ପ୍ରତିଶ୍ରୁତି ଦେଇଥିଲେ l ସାକ୍ଷାତ କରିଥିବା ଏହି ଜନପ୍ରତିନିଧିଙ୍କ ମଧ୍ୟରେ ରାୟଗଡ଼ ବ୍ଲକ ଅଧ୍ୟକ୍ଷା ପୂର୍ଣ୍ଣବାସୀ ନାୟକ, ଉପାଧ୍ୟକ୍ଷ ଜ୍ୟୋତି ପ୍ରସାଦ ପାଣି, ଜିଲ୍ଲା ପରିଷଦ ସଭ୍ୟା ଗୌତମୀ ଜାନି, ରା. ଉଦୟଗିରି ବ୍ଲକ ଅଧ୍ୟକ୍ଷ ଲକ୍ଷ୍ମୀନାରାୟଣ ଶବର,ଜିଲ୍ଲା ପରିଷଦ ସଦସ୍ୟା ଯମୁନା ଦଳବେହେରା ବରିଷ୍ଠ ବିଜେଡ଼ି ନେତା ଜଗବନ୍ଧୁ ଦାସ, ପୂର୍ବତନ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଆର୍. ବିଜୟ କୁମାର, ଟି. ବିଶ୍ଵନାଥ ପ୍ରମୁଖ ସମେତ ବିଜେଡ଼ି କର୍ମୀ ମାନେ ଉପସ୍ଥିତ ଥିଲେ l


