କାନ ପୁର ରେ ମାଇପି ମେଳା

ନିମାପଡା, (ସନ୍ତୋଷ ଦାଶ) :-ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ର ଛଣିଜଙ୍ଗ ପଞ୍ଚାୟତ କାନପୁର ଠାରେ ମାଇପୀ ମେଳା ମହା ସମାରୋହରେ ପାଳିତ ହୋଇଯାଇଛି ।ଏହି ମେଳା ର ବିଶେଷତ୍ଵ ହେଉଛି ଏଠାରେ ଗୁହାରିଆ ପଡ଼ିଲେ ମନୋସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ଵାସ ରହିଛି ।ପ୍ରାୟ ତିନି ପୁରୁଷ ଧରି ଏ ଠାରେ ମେଳା ହୋଇଆସୁଛି ।ପଚାଶ ଖଣ୍ଡ ଗ୍ରାମର ଜନ ସାଧାରଣ ଏଠାକୁ ଆସିଥାନ୍ତି । କୌଣସି ପୁରୁଣା ରୋଗ ରୁ ମୁକ୍ତି , ଅପୁତ୍ରିକ ମହିଳା ପୁତ୍ର ପ୍ରାପ୍ତି ଲାଗି ଗୁହାରିଆ ପଡିଥାନ୍ତି । ରାତ୍ର ଚାରିଟା ରୁ ଆସି ଗୁହରୀଆ ପଡିଥାନ୍ତି । ଠାକୁର ଙ୍କ ପାଖରେ ଭୋଗ ଲାଗି, ଅନ୍ୟାନ୍ୟ ନିତିକାନ୍ତି ସରିବା ପରେ ପୂଜକ ଫୁଲ ପାଣି ନେଇ ସେମାନଙ୍କୁ ଉଠାଇ ଫୁଲ ଓ ପାଣି ଦେଇ ମନବାଞ୍ଛା ପୂର୍ଣ୍ଣ ହେଉ ବୋଲି କହିଥାନ୍ତି ।ଗଛମୂଳେ ଥିବା ଏହି ବଟ ଗୋସାଇଁ ଙ୍କ ମହିମା ଅପାର ବୋଲି କହନ୍ତି ପୂଜକ ପ୍ରଦୀପ୍ତ ଦାସ ପୂର୍ବତନ ସରପଂଚ ସ୍ଵପ୍ନେଶ୍ୱର୍ ଲେଙ୍କା ଓ ପୂର୍ବତନ ସମିତି ସଭ୍ୟ ଭରତ ପ୍ରଧାନ ।ଗତ ଦୁଇ ବର୍ଷ ହେଲା କରୋନା କଟକଣା ହେତୁ ମେଳା ବନ୍ଦ ଥିବା ବେଳେ ଚଳିତ ବର୍ଷ କଟକଣା ନଥିବାରୁ ମେଳା ବସିଥିବା ବେଳେ ଭୋଗ ଓ ଦୀପ ଦୋକାନ ମାନ ଖୋଲିଛି ।ଗ୍ରାମ କମିଟି ପକ୍ଷରୁ ଜଳଚ୍ଛତ୍ର ଖୋଲାଯାଇଛି ଓ ନାମଯଜ୍ଞ ଅନୁଷ୍ଠିତ ହେଉଛି।ନିମାପଡ଼ା ପୋଲିସ ପକ୍ଷରୁ ମେଳାସ୍ଥଳରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ