ଡେଟ୍ରେ ଅଛନ୍ତି କ୍ୟାଟ୍ରିନା କୈଫ୍-ବିକି କୌଶଲ !
ଏଇ କିଛି ଦିନ ହେବ ବଲିଉଡ୍ ଅଭିନେତା ବିକି କୌଶଲ ଓ ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କ ସଂପର୍କକୁ ନେଇ ଚର୍ଚ୍ଚା ଜୋର ଧରିଛି । ଦୁହେଁ ପରସ୍ପରକୁ ଡେଟ୍ କରୁଥିବା ନେଇ ଚର୍ଚ୍ଚା ଜୋର ଧରିଥିଲେ ମଧ୍ୟ ଦୁହେଁ ଏ ନେଇ କୌଣସି ପ୍ରତିକ୍ରିୟା ରଖି ନାହାନ୍ତି । ତେବେ ପ୍ରତିକ୍ରିୟା ନ ରଖିଥିଲେ ମଧ୍ୟ ଦୁହିଁଙ୍କ କାମ ତାଙ୍କ ସଂପର୍କକୁ ପଦାକୁ ଆଣୁଛି । କିଛି ଦିନ ତଳେ ଦୁହେଁ ଦୀପାବଳି ପାର୍ଟିରେ ସାଥୀରେ ନଜର ଆସିଥିବା ବେଳେ ଏବେ ଦୁହେଁ ଡିନର ଡେଟରେ ଯାଇଥିବା ଜଣା ପଡ଼ିଛି । ରାତ୍ର ଭୋଜନ ସାରି ଦୁହେଁ ସେଫ୍ ସହ ଫଟୋ ଉଠାଇଥିବା ବେଳେ ଫଟୋଟି ଏବେ ଭାଇରାଲ ହେବାରେ ଲାଗିଛି । ଦୁହିଁଙ୍କ ଫଟୋ ଇନଷ୍ଟାଗ୍ରାମରେ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି ।
ତେବେ ଦୁହିଁଙ୍କ ଫଟୋ ବିକିଙ୍କ ଇନଷ୍ଟା ଫ୍ୟାନ୍ ପେଜରେ ସେୟାର କରାଯାଇଛି । ଫଟୋରେ କ୍ୟାଟ୍ରିନା ଲାଲ ଓ ଧଳା ରଙ୍ଗର ପୋଷାକ ପିନ୍ଧିଥିବା ବେଳେ ବିକି ସାର୍ଟ ଓ ଜିନ୍ସ ପିନ୍ଧିଥିବାର ଦେଖଯାଇଛି । ଏବେ ଦୁହିଁଙ୍କ ଫଟୋ ଭାଇରାଲ ହେବା ପରେ ସେମାନଙ୍କ ପ୍ରଶଂସକ ଦୁହିଁଙ୍କ ମଧ୍ୟରେ ଥିବା ସଂପର୍କର ସତ୍ୟତା ଜାଣିବାକୁ ଚାହିଁଛନ୍ତି । ଦୁହେଁ ସତରେ ପରସ୍ପରକୁ ଡେଟ୍ କରୁଛନ୍ତି କି ନାହିଁ ବୋଲି ପ୍ରଶଂସକମାନେ ପ୍ରଶ୍ନ ପଚାରିବା ଆରମ୍ଭ କରି ଦେଇଛନ୍ତି ।


