ଶିକ୍ଷା ଉପଦେଷ୍ଟା କମିଟି ଗଠିତ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଭଣ୍ଡାରିପୋଖରୀ ବ୍ଲକ ନେରଡା ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଆଜି ସରପଞ୍ଚ ଦେବଦାସୀ ଜେନା ଙ୍କ ପରାମର୍ଶ କ୍ରମେ ଶିକ୍ଷା ଉପଦେଷ୍ଟା କମିଟି ଗଠିତ ହୋଇଛି। ଏହି ଉପଲକ୍ଷେ ସରପଂଚ ଙ୍କ ପ୍ରତିନିଧି ସୋମ୍ୟରଞ୍ଜନ ଜେନା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପଞ୍ଚାୟତ ଅଞ୍ଚଳର ଅବସର ପ୍ରାପ୍ତ ଶିକ୍ଷକ ମାନେ ଯୋଗଦେଇଥିଲେ। ବିଦ୍ୟାଳୟ ଭିତିଭୂମି ବିକାଶ ସହିତ ଗୁଣାତ୍ମକ ଶିକ୍ଷା ସମ୍ବନ୍ଧରେ ଶିକ୍ଷାବିତ ମାନେ ମତପ୍ରକାଶ କରିଥିଲେ । ଏହାସହିତ ପଞ୍ଚାୟତ ଅଧୀନ ବିଦ୍ୟାଳୟ ଗୁଡ଼ିକରେ କେଉଁ ଭଳି ଶିକ୍ଷା ଭିତିଭୂମି କୁ ସଦୃଢିକରଣ କରାଯିବ ସେନେଇ ପ୍ରତିନିଧି ଶ୍ରୀ ଜେନା ମତ ପ୍ରକାଶ କରିଥିଲେ । ବୈଠକ ରେ ଶିକ୍ଷାବିତ ଅର୍ଜୁନ ଚରଣ ବରାଳ, ମୁକ୍ତିକାନ୍ତ ମହାନ୍ତି, ସୁରେନ୍ଦ୍ର କୁମାର ରାଉତ,ସତୃଘ୍ନ ନାୟକ ପ୍ରମୁଖ ଉପସ୍ଥିତ ରହି ଉନ୍ନତ ଶିକ୍ଷା ପ୍ରଣାଳୀ ବାବଦରେ ମତ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନାଗରିକ ଶରତ ଚନ୍ଦ୍ର ଜେନା, ବନମାଳୀ ପୃଷ୍ଟି, ଅବସରପ୍ରାପ୍ତ ଶିକ୍ଷକ ସୂର୍ଯ୍ୟମଣି ରାଉତ, କାଳନ୍ଦୀ ମହାରଣା, ଅର୍ଜୁନ ଚରଣ ସାହୁ,ଧର୍ମାନନ୍ଦ ମିଶ୍ର, ବସନ୍ତ ସାହୁ ଏଥିରେ ଯୋଗ ଦେଇ ଥିଲେ । ସାମାଜିକ କର୍ମୀ ଐରିଗଞନ ଦର୍ପନାରାୟଣ ବରାଳ ଆଭିମୁଖ୍ୟ ପ୍ରକାଶ କରିଥିବା ବେଳେ ଦୀଲିପ ପୃଷ୍ଟି ଧନ୍ୟବାଦ ଦେଇଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ