ବିଭିନ୍ନ ବିଦ୍ୟାଳୟରେ ସଚେତନତା ରଥ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଭଣ୍ଡାରିପୋଖରୀ ବ୍ଲକ ଶିକ୍ଷା ବିଭାଗ ପକ୍ଷରୁ ଉଦଘାଟିତ ହୋଇଥିବା ଶିକ୍ଷା ସଚେତନତା ରଥ ଏବେ ବିଭିନ୍ନ ବିଦ୍ୟାଳୟରେ ପହଂଚିଛି । ବ୍ଲକର ବିଷ୍ଣୁ ପୁର କ୍ଲଷ୍ଟର ଅଞ୍ଚଳରେ ଆଜି ରଥ ପହଞ୍ଚିଥିବା ବେଳେ ସେଠାରେ ସ୍ବାଗତ ସମ୍ବର୍ଦ୍ଧନା ଜଣାଯାଇଥିଲା । ପ୍ରଧାନ ଶିକ୍ଷକ ରବୀନ୍ଦ୍ର କୁମାର ମହାରଣାଙ୍କ ସଂଯୋଜନା ରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମ ରେ ସହକାରୀ ଶିକ୍ଷାଧିକାରୀ ଅକ୍ଷୟ ଜେନା, ଶିକ୍ଷା ସଂଯୋଜକ ରଞ୍ଜନ କୁମାର ମହାନ୍ତି, ପ୍ରଧାନ ଶିକ୍ଷକ ଗଦାଧର ଜେନା, ରାମଚନ୍ଦ୍ର ରାଉତ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ର ଛାତ୍ରୀ ଓ ଅଭିଭାବକ ମାନେ ସଚେତନତା ରଥ କୁ ସ୍ଵାଗତ ଜଣାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ