ଫାଷ୍ଟଫୁଡ୍ ବ୍ୟବସାୟୀଙ୍କ ମୃତ୍ୟୁ
ବନ୍ତ,(ଯୁଗାବ୍ଦ ନ୍ୟୁଜ୍): ବନ୍ତ ବ୍ଲକ ବସନ୍ତିଆ ବଜାର ପରିସରରେ ଅନୁଷ୍ଠିତ ହେଉଥିବା ରାସପୂର୍ଣ୍ଣିମା ମେଳାରେ ଫାଷ୍ଟଫୁଡ୍ ବ୍ୟବସାୟୀଙ୍କର ଶୁକ୍ରବାର ରାତିରେ ମୃତ୍ୟୁ ହୋଇଥିବା ଜଣାପଡିଛି । ମିଳିଥିବା ଖବର ଅନୁଯାୟୀ ବାଲେଶ୍ୱର ଜିଲ୍ଲା ବାଲିଖଣ୍ଡ ଅଂଚଳର ଜୈନିକ ବ୍ୟବସାୟୀ ଗତ ୫ ଦିନ ଧରି ମେଳାରେ ଫାଷ୍ଟଫୁଡ୍ ଦୋକାନ କରି ବିକ୍ରି କରିଥିଲେ । ଶୁକ୍ରବାର ରାତିରେ ହଠାତ୍ ବ୍ୟବସାୟୀ ଜଣକ ଅସୁସ୍ଥ ହୋଇପଡିଥିଲେ ।ଏହା ପରେ ତାଙ୍କୁ ଭଦ୍ରକ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତିର୍ରାଯାଇଥିଲା । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ।


