ଜଳ ପ୍ରକଳ୍ପ ସ୍ଥାପନ ପାଇଁ ସଚେତନ ନାଗରିକଙ୍କ ଉପଜିଲ୍ଲାପାଳଙ୍କ ଠାରେ ଲିଖିତ ଦାବି
ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ମୟୂରଭଂଜ ଜିଲ୍ଲାର ଦିତୀୟ ସର୍ବବୃହତ୍ତମ ସହର ରାଇରଙ୍ଗପୁର ସହର ଏକ ଜନବହୁଳ ସହର । ଏହି ସହରକୁ ଦୈନନ୍ଦିନ ହଜାର ହଜାର ଲୋକ ବ୍ୟବସାୟ,କୋର୍ଟ କଚେରୀ,ଶୀକ୍ଷାନୁଷ୍ଠାନ ଏବଂ ସରକାରୀ ବେସରକାରୀ କାମ ପାଇଁ ଆସିଥାନ୍ତି ।ବିଶେଶତଃ ରାଇରଙ୍ଗପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟ, ତହସିଲ, ଟାଉନ ଥାନା,କଚେରୀ,ଆରଏମସି,, ଶିଶୁ ଉଦ୍ଯାନ, ମ୍ୟୁନିସିପାଲଟି ଅଫିସ,ଷ୍ଟେଟ ବେଙ୍କ ଅଫ ଇଣ୍ଡିଆ, ଭେଣ୍ଡିଂଜୋନ,ଦୋକାନ ବଜାର, ,ପରିବା ମାର୍କେଟ, ହସ୍ପିଟାଲ ଲାଗି ରହିଛି ।ଏହି କଚେରୀ ଜାଗାକୁ ଦୈନନ୍ଦିନ ୩/୪ ହଜାର ଲୋକ ଆସିଥାନ୍ତି ଯାହାକି ଜନଗହଳି ହୋଇଥାଏ । ବୈଶାଖ ମାସର ଡ଼ହ ଡ଼ହ ଖରା । ତାପମାତ୍ରା ୪୨ ଡିଗ୍ରୀ ଉପରେ ।ପିଇବା ପାଣି ଟୋପାଏ ପାଇଁ ଡହଳ ବିକଳ ।ହେଲେ ଏହି ସ୍ଥାନରେ ଦୁଇଟି ବଦାନ୍ୟ ବ୍ୟକ୍ତି ବହୁ ବର୍ଷ ପୂର୍ବେ ଶୀତଳ ପାନୀୟ ଜଳ ପ୍ରକଳ୍ପ ପ୍ରତିଷ୍ଠା କରିଥିଲେ ଯାହାକି ସଂପୂର୍ଣ୍ଣ ଅଚଳ ।ସାଧାରଣ ଜନତା ତୃଷାର୍ତ୍ତ ମେଣ୍ଟାଇ ପାରୁ ନାହାଁନ୍ତି । ସାଧାରଣ ଜନତା ଅଂଶୁଘାତରେ ପଡ଼ିବା ସମ୍ଭାବନା ଦେଖାଦେଇଛି । ତଦସହ ଏଠାରେ ମଧ୍ଯ ଏକ ଶୌଚାଳୟ ନାହିଁ ଯାହାଫଳରେ ଥାନାର ତାର ବାଡ଼, ଉପଜିଲ୍ଲାପାଳ କାର୍ଯ୍ୟାଳୟ ପାଚେରୀ,ତହସିଲ ପାଚେରୀ କାନ୍ଥରେ ପରିସ୍ରା କରିବାକୁ ବାଧ୍ୟ ହୁଅନ୍ତି । ବିଶେଷତା ସରକାରୀ ଓ ବେସରକାରୀ କାର୍ଯ୍ୟରେ ଆସୁଥିବା ମହିଳାମାନେ ଶୌଚ ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଠାରେ ସରକାରଙ୍କ ସ୍ବଛ ଭାରତ ମିଶନ ଫେଲ ମାରୁଛି ।ଏହିସବୁ ମୌଳିକ ସମସ୍ୟାକୁ ନେଇ ରାଇରଙ୍ଗପୁର ସଚେତନ ନାଗରିକ ତରଫରୁ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉପଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ସହକାରୀ ଜିଲ୍ଲାପାଳ ଶକୁନ୍ତଳା ହାଁସଦାଙ୍କୁ ଏକ ଲିଖିତ ଦାବିପତ୍ର ପ୍ରଦାନ କରିଥିଲେ ।ତୁରନ୍ତ ପ୍ରଶାସନ ତରଫରୁ ଶୌଚାଳୟ ଏବଂ ଚବିଶ ଘଣ୍ଟିଆ ଶୀତଳ ପାନୀୟ ଜଳ ପ୍ରକଳ୍ପ ସ୍ଥାପନ ପାଇଁ ଅନୁରୋଧ କରିଛନ୍ତି । ଦାବିପତ୍ର ପ୍ରଦାନ ସମୟରେ ପୂର୍ବତନ ବିଧାୟକ ପ୍ରହଲ୍ଲାଦ ପୂର୍ତି, ସାମ୍ବାଦିକ ଅକ୍ଷୟ କୁମାର ବିଶ୍ବାଳ,ଅନଶନ ମହାନ୍ତ, ମେଘନାଦ ହେମ୍ବ୍ରମ, ଜୀତେନ୍ଦ୍ର ଅଗ୍ରୱାଲ, ସତ୍ୟନାରାୟଣ ପାଲ, ସାମାଜିକ କର୍ମୀ ସାଲୁ କିସ୍କୁ, ଖ୍ୟାତନାମା ଛଉ କଳାକାର ଭାଗବତ ମାଝୀ ,ସାହେନସା ମହାନ୍ତ ପ୍ରମୁଖ ସାମିଲ ହୋଇଥିଲେ ।


