ବାଙ୍ଗୋରରେ ବ୍ଲକ ସ୍ତରୀୟ ସ୍ୱାସ୍ଥ୍ୟମେଳା

ହାଟଡିହି, (ବିକାଶ ବିଶ୍ୱାଳ) :-୭୫ତମ ଆଜାଦିକା ଅମୃତ ମହୋତ୍ସବ ଅବସରରେ ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ହାଟଡିହି ବ୍ଲକ ବାଙ୍ଗୋର ନୋଡାଲ ସ୍କୁଲ ପରିସରରେ ଏକ ବ୍ଲକ ସ୍ତରୀୟ ସ୍ୱାସ୍ଥ୍ୟ ମେଳା ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ସୋମାନାଥ ଦାସ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବାବେଳେ ଆନନ୍ଦପୁର ୁପଖଣ୍ଡ ଚିକିତ୍ସାଧିକାରୀ ଧନେଶ୍ୱର ସେଠୀ, ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ବାଙ୍ଗୋର ପଞ୍ଚାୟତର ସରପଞ୍ଚ ଅଙ୍ଗିତା ପଢ଼ିଆରୀ, ପୁର୍ବତନ ବ୍ଲକ ଅଧ୍ୟକ୍ଷ ପର୍ଶୁରାମ ପେଡା , ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ତ୍ୟକେନ୍ଦ୍ରର ଭାରପ୍ରାପ୍ତ ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପ୍ରଭାତ କୁମାର ନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଏହି ସ୍ୱାସ୍ଥ୍ୟମେଳାର ଆବଶ୍ୟକତା ଓ ଉପକାର ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଲୋକମାନଙ୍କ ଉଦ୍ଦେଶ୍ୟରେ ସଚେତନତା ପାଲା ଅନୁଷ୍ଠିତ ହୋିଥିଲା । ଭେଷଜ ଡାକ୍ତର ମନୋରଞ୍ଜନ ସ୍ୱାଇଁ, ଶିଶୁ ବିଭାଗର ଡାକ୍ତର ଅମର ବେହେରା, ଡାକ୍ତର ଅନିଲ ନାୟକ, ଡାକ୍ତର ସୁଦିପ୍ତା ପଟ୍ଟନାୟକ, ଡାକ୍ତର ରାଧାପ୍ରସାଦ ମିଶ୍ର, ଫିଜିଓ ଥୋରାପି ଡାକ୍ତର ଦିପ୍ତୀ ରଞ୍ଜନ ସାହୁ, ପ୍ରମୁଖ ଯୋଗଦେଇ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ମାଗଣାରେ ଔଷଧ ବଣ୍ଟନ କରାଯାଇଥିଲା । ଏପରିକି ରୋଗୀ ମାନଙ୍କ ରକ୍ତ, ମଳ, ମୁତ୍ର ଆଦି ପରୀକ୍ଷା ମଧ୍ୟ କରାଯାଇଥିଲା । ଅନେକ ଶହେରୁ ଉର୍ଦ୍ଧ ଲୋକଙ୍କୁ କୋଭିଡ ଟୀକାକରଣ ମଧ୍ୟ କରାଯାଇଥିଲା । ଡାକ୍ତର ସଂଗ୍ରାମ ବ୍ରହ୍ମଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସ୍ୱାସ୍ଥ୍ୟମେଳାରେ ବିପିଏମ ଚନ୍ଦନ କୁମାର ସାହୁଙ୍କ ବି.ଏ.ଏମ କୈଳାଶ ଚନ୍ଦ୍ର ସାହୁ, ଭି.ଭି.ଡି.ଟି.ଏସ ମାନସ କୁମାର ସାହୁ, ବିଡିଏମ ପ୍ରଦୀପ ଦାସ, ସୁପରଭାଇଜର ମଧୁସୁଦନ ସାମଲ, ଶ୍ରୀକାନ୍ତ ପଣ୍ଡା, ସ୍ମୃତି ରଞ୍ଜନ ପୁହାଣ, ଏଲଟି ଅଶୋକ କୁମାର ବେହେରା, ମୁକୁନ୍ଦ ବଳ, ଫାର୍ମାସିଷ୍ଟ ନିମାଇଁ ହେମ୍ରମ, କୈଳାଶ ସୁବିଦ୍ଧି, ସ୍ୱାସ୍ଥ୍ୟକର୍ମୀ ସବିତା ସାହୁ, ମାନିନି ପଣ୍ଡିତ, ସୁର୍ଯ୍ୟସ୍ନାତା ପାଣିଗ୍ରାହୀ, ସରୋଜ ନାୟକ, ଦେବ୍ରତ ସାମଲଙ୍କ ସମେତ ଅନେକ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ମେଳାରେ ୫୪୪ଜଣ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହିତ ମାଗଣାରେ ଔଷଧ ବଣ୍ଟନ କରାଯାଇଥିଲା ।

 

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ