ହାଟବାଦଡାରେ ଗୋଷ୍ଠୀ ସ୍ତରୀୟ ସ୍ୱାସ୍ଥ୍ୟ ମେଳା

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-୭୫ତମ ଆଜାଦୀର ଅମୃତ ମହୋତ୍ସବ ଅବସରରେ ଆୟୂଷ୍ମାନ ଭାରତ ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମୟୂରଭଞ୍ଜ ଜିଲ୍ଲାର କୁସୁମି ବ୍ଲକର ବାଦାମାପାହାଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆନୁକୁଲ୍ୟରେ ହାଟବାଦଡା ହାଇସ୍କୁଲ ପଡ଼ିଆରେ ଗୋଷ୍ଠୀ ସ୍ତରୀୟ ସ୍ୱାସ୍ଥ୍ୟ ମେଳା କୁସୁମି ବ୍ଲକର ଅଧ୍ୟକ୍ଷା ଶ୍ରୀମତୀ ମାନ୍ଦେ ପୂର୍ତିଙ୍କ କରକମଳରେ ଉଦଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଡ଼ିଓ ଲକ୍ଷ୍ମଣ ସୋରେନ,ସାଂସଦ ପ୍ରତିନିଧି ତ୍ରିନାଥ ମହାନ୍ତ, ଜନଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡ଼ାଃ ରୀତେଶ ଚୈତନ୍ୟ,ବିପିଏମ ନିରାକାର ନାୟକ, ପିଏଚିଓ ଗୋପିନାଥ ହେମ୍ବ୍ରମ,ବିଡିଏମ ଉମେଶ ମହାରଣା, ଯକ୍ଷ୍ମା ତଦାରଖ କାରୀ ରୋହିତ ବାରିକ ପ୍ରମୁଖ ଉପସ୍ଥିତ ଥିଲେ । ବିଡ଼ିଓ ଶ୍ରୀଯୁକ୍ତ ଲକ୍ଷ୍ମଣ ସୋରେନ କହିଥିଲେ ସ୍ୱାସ୍ଥ୍ୟ ହିଁ ସଂପଦ । ସ୍ୱାସ୍ଥ୍ୟ ବାନ ଲୋକଙ୍କ ଯୋଗୁଁ ଦେଶ ପ୍ରଗତି କରୁଛି । ସରକାର ଲୋକମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇଦେବାକୁ କୋଟି କୋଟି ଟଙ୍କା ଖର୍ଚ କରୁଛନ୍ତି । ସାଧାରଣ ଜନତା ଏହାର ସୁଯୋଗ ନେବା ସହ ପଡୋଶୀକୁ ସ୍ବାସ୍ଥ୍ୟ ସଚେତନ କରାଇବା ଆବଶ୍ୟକ ଅଟେ ।ସର୍ବେ ସନ୍ତୁ ସୁଖୀନଃ ,ସର୍ବେ ସନ୍ତୁ ନିରାମୟାଃ କାମନା କରିଥିଲେ । ଆୟୂଷ ଡାକ୍ତର ଦେବାଶିଷ ପଣ୍ଡା, ଡ଼ାଃ ତାପସ ଗିରି, ଡଃ ଚନ୍ଦନ ବେହେରା, ଡ଼ାଃ ଅଯୋଧ୍ୟା ବେଶ୍ରା, ଡ଼ାଃ ପରେଶ କିସ୍କୁ, ଡ଼ାଃ ବିରେନ ହେମ୍ବ୍ରମ, ଡ଼ାଃ ଅଭିଳାଷ ପଟ୍ଟନାୟକ ପ୍ରମୁଖ ବହୁ ଅଭିଜ୍ଞ ଡାକ୍ତର ବିଭିନ୍ନ ଅଂଚଳରୁ ଆସିଥିବା ୩୭୦ ଜଣଙ୍କ ସ୍ବାସ୍ଥ୍ୟ ପରୀକ୍ଷା ଯଥା ମଧୁମେହ, କର୍ଣ, ନାସା, ଗଳା, ରକ୍ତଚାପ, ଚର୍ମରୋଗ, ମେଲେରିଆ,ଏଚଆଇଭି, ଥଣ୍ଡା, ଜ୍ବର, କଫ, ମୋତିଆବିନ୍ଦୁ ପ୍ରଭୃତି ପରୀକ୍ଷା କରିବା ସହ ମାଗଣାରେ ଔଷଧ ପ୍ରଦାନ କରିଥିଲେ ।ସେହିଭଳି ହାଟାବାଦଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରାଇରଙ୍ଗପୁର ରକ୍ତ ଭଣ୍ଡାର ଅଧିକାରୀ ଡ଼ାଃ ପବିତ୍ର ପ୍ରତ୍ୟୁଷ ମିଶ୍ର ଏବଂ ତାଙ୍କ ବିଭାଗ କର୍ମଚାରୀଙ୍କ ତତ୍ତ୍ୱାବଧାନରେ ୨୦ ୟୂନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଡାକ୍ତରଖାନାର କର୍ମଚାରୀ, ନର୍ସ, ଅଙ୍ଗନବାଡି ଦିଦି, ଆଶାକର୍ମୀ ଓ ଏଏନମ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ରୋଗୀମାନେ ଅତି ନିକଟରୁ ସ୍ବାସ୍ଥ୍ୟ ସେବା ଓ ଔଷଧ ପାଇପାରିଥିବାରୁ ସନ୍ତୋଷ ପ୍ରକାଶ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ