ସତ୍ୟ ଓ ନିରପେକ୍ଷ ସମ୍ବାଦ ପରିବେଷଣ ସମାଜକୁ ସଂସ୍କାରିତ କରିବ

ଯାଜପୁର, – ଗଣମାଧ୍ୟମ ନିରପେକ୍ଷ, ନିର୍ଭିକ ଓ ସତ୍ୟ ସମ୍ବାଦ ପରିବେଷଣ କରିବା ଊଚିତ । ଏହା ସମାଜକୁ ଓ ମାନବ ଚରିତ୍ରକୁ ସଂଶୋଧିତ କରିବ ବୋଲି ଜିଲ୍ଳ୍ା ଗ୍ରାମ୍ୟ ଊନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ ମତବ୍ୟକ୍ତ କରିଚ୍ଥନ୍ତି । ଜିଲାସ୍ତରୀୟ ଜାତୀୟ ପ୍ରେସ୍ ଦିବସ ଜିଲ୍ଳା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସମ୍ମିଳନୀ ଗୃହରେ ଶନିବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ନାୟକ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଭିନ୍ନ ପ୍ରତିକୂଳ, ପରିସ୍ଥିତି, ବାଧାବିଘ୍ନ ସତ୍ୱେ ଗଣମାଧ୍ୟମ ସ୍ୱାଧୀନ ମତାମତ ଦେବାର ଅଧିକାର ସାବ୍ୟସ୍ତ କରି ଆସିଛିି ବୋଲି କହିଥିଲେ । ସତ୍ୟ ସମ୍ବାଦ ପରିବେଷଣ କରିବା, ଗଣମାଧ୍ୟମ ପ୍ରତିନିଧି ମାନଙ୍କର ବିଭିନ୍ନ ଆବଶ୍ୟକତାକୁ ପୁରଣ କରିବା, ସମାଜକୁ ସୁଦୃଢ କରିବା ଓ ସଂସ୍କାରିତ କରିବା କ୍ଷେତ୍ରରେ ଗଣମାଧ୍ୟମ ଗୁରୁଦାୟିତ୍ୱ ବହନ କରିଆସିଚ୍ଥି ବୋଲି ସେ କହିଥିଲେ । ଉପଜିଲାପାଳ ନାରାୟଣ ଚନ୍ଦ୍ର ଧଳ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ସାମ୍ପ୍ରତିକ ପରିସ୍ଥିତିରେ ସାମ୍ବାଦିକ ମାନେ ବିଭିନ୍ନ ଆହ୍ୱାନର ସମ୍ମୁଖିନ ହେଊଛନ୍ତି । ଗଣତନ୍ତ୍ରର ସୁରକ୍ଷା ଦିଗରେ ଓ ଦୁର୍ନିତି ବିରୁଦ୍ଧରେ ସ୍ୱର ଉତୋଳନ କରି ଏକ ସୁସ୍ଥ ସମାଜ ଗଠନ କ୍ଷେତ୍ରରେ ଗଣମାଧ୍ୟମର ଭୁମିକା ବେଶ୍ ଗୁରୁତ୍ୱ ପୁର୍ଣ୍ଣ ବୋଲି କହିଥିଲେ । ସେମାନେ ଖବରର ମୂଳକୁ ଅନୁଧ୍ୟାନ କରିବା ସହ ସତ୍ୟ ସମ୍ୱାଦ ପ୍ରସାରଣରେ ବ୍ରତୀ ହେବାକୁ ଅନୁରୋଧ କରିଥିଲେ । ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ଏଥିରେ ଅଧ୍ୟକ୍ଷତା କରିବା ସହ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଅତିଥି ମାନେ ପ୍ରାରମ୍ଭରେ ମା’ ଟିଭିର ମୁଖ୍ୟ ପ୍ରଭାତ କୁମାର ରାଊତରାୟଙ୍କ ଦ୍ୱାରା ପ୍ରସ୍ତୁତ ସମ୍ୱାଦ ପତ୍ର ପ୍ରଦର୍ଶନକୁ ଊଦ୍ଘାଟନ କରିଥିଲେ । ପୁର୍ବରୁ ଅନୁଷ୍ଠିତ ଓଡ଼ିଆ ବକ୍ତୃତା ପ୍ରତିଯୋଗୀତାର କୃତି ପ୍ରତିଯୋଗୀ ଚିତାଳୋ ମହାବିଦ୍ୟାଳୟର ଚ୍ଥାତ୍ର ସତ୍ୟବ୍ରତ ଦାସ ଓ ଚ୍ଥାତ୍ରୀ ପ୍ରିୟଙ୍କା ପ୍ରିୟଦର୍ଶିନୀ ସାହୁ ଯୁଗ୍ମ ପ୍ରଥମ, ଗୁରୁକୁଳ କଳିଙ୍ଗ +୨ ବିଜ୍ଞାନ ଆବାସିକ ମହାବିଦ୍ୟାଳୟର ଚ୍ଥାତ୍ରୀ କାଜଲ ସ୍ୱାଇଁ ଦ୍ୱିତୀୟ, ଗୁରୁକୁଳ କଳିଙ୍ଗ +୨ ବିଜ୍ଞାନ ଆବାସିକ ମହାବିଦ୍ୟାଳୟର ଚ୍ଥାତ୍ରୀ ଅନିଶା ମହାନ୍ତି ତୃତୀୟ ସ୍ଥାନ ଅଧିକାର କରିଥିବାରୁ ଅତିଥିଙ୍କ ଠାରୁ ପୁରସ୍କାର ଓ ପ୍ରମାଣପତ୍ର ଗ୍ରହଣ କରିଥିଲେ । ବରିଷ୍ଠ ସାମ୍ୱାଦିକ ରାଜୀବ ମହାନ୍ତି, ଜୟନ୍ତ ଗୋସ୍ୱାମୀ, ପ୍ରଭାତ କୁମାର ରାଊତରାୟ, ସମାଜସେବୀ ନିଶିତ ଦାସ ଗଣମାଧ୍ୟମ ପ୍ରତିନିଧିଙ୍କ ବିବିଧ ସମସ୍ୟା ସଂପର୍କରେ ଆଲୋକପାତ କରିଥିଲେ । ଏଥିରେ ଗଣମାଧ୍ୟମ ପ୍ରତିନିଧି ହାରାଧନ ବାନାର୍ଜୀ, ଶରତ ପୋଥାଳ, ଅଜୟ ରଣା, ଅଜୟ ରାଊଳ, ଶିଶିର ରଂଜନ ମାନଧାତା, ଅରୁଣ ରାଊତରାୟ, ସଂଜୀବ ନାୟକ, ସମରଜିତ ମହାନ୍ତି, ଦେବାଶିଷ ସାହୁ, ଶିକ୍ଷାବିତ୍, ବୁଦ୍ଧିଜିବୀ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ