ଗଜପତି ପାଇଁ ସୁନାମ ଆଣିଲେ ପ୍ରୀତିପ୍ରିୟା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ପୌରପରିଷଦ କଲୋନୀର ଘନଶ୍ୟାମ ବେହେରା ଓ ସଂଜୁକ୍ତା ବେହେରାଙ୍କ କନିଷ୍ଠ ଝିଅ ପ୍ରିତିପ୍ରିୟା ବେହେରା ଥାଇଲ୍ୟାଣ୍ଡରେ ଓଡିଶି ନୃତ୍ୟ ପ୍ରଦର୍ଶନ କରି ଜିଲ୍ଲାପାଇଁ ସୁନାମ ଆଣିଛନ୍ତି । ସେ ଥାଇଲାଣ୍ଡରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଓଡିଶୀ ନୃତ୍ୟ ପରିବେଷଣ କରି ଜିଲାର ଅନ୍ୟକଳାକାରମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି । ଏହି କାର୍ଯ୍ୟକ୍ରମଟି ଥାଇଲାଣ୍ଡର ବ୍ୟାଙ୍କକକ୍‌ରେ ଅନୁଷ୍ଠିତ ହୋଇଥିବାବେଳେ ସେଠାରେ ଥିବା ଭାରତୀୟ ଦୂତାବାସର ଅନୁରୋଧ କ୍ରମେ ଥାଇଲ୍ୟାଣ୍ଡରେ ବସବାସ କରୁଥିବା ସମସ୍ତ ଓଡିଆ ସଂଗଠକ ଓ ଓଡିଆ କମ୍ୟୁନିଟି ତରଫରୁ ପୂର୍ଣ୍ଣିମା ସାହୁ ଓ ବିଶ୍ୱରଂଜନ ମହାନ୍ତିଙ୍କ ନେତୃତ୍ୱରେ ଓଡିଶୀ ନୃତ୍ୟ ପରିବେଶଣ ହୋଇଥିଲା । ଏହି ଓଡିଶୀ ନୃତ୍ୟ ଗଜପତି ଜିଲାର ଶିଳ୍ପୀ ପ୍ରିତିପ୍ରିୟାଙ୍କ ସହ ଓଡିଶାର ରତୀକା ମହାନ୍ତି, ମଧୂସ୍ମିତା ସ୍ୱାଇଁ ଓ ପ୍ରିୟଦର୍ଶନୀ ପ୍ରଧାନ ପ୍ରମୁଖ ନୃତ୍ୟ ପରିବେଷଣ କରିଥିଲେ । ଗଜପତିର ଜଣେ କଳାକାର ସୁଦୂର ଥାଇଲାଣ୍ଡରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଓଡିଶୀ ନୃତ୍ୟ ପରିବେଷଣ କରିଥିବାରୁ ତାଙ୍କୁ ଜିଲାର ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ