ଓଡ଼ିଶା ଵ୍ରାହ୍ମଣ ମହାସଂଘ ପକ୍ଷରୁ ମହାରୁଦ୍ରାଭିଷେକ କାର୍ଯ୍ୟକ୍ରମ

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ପ୍ରବଳ ଗ୍ରୀଷ୍ମ ତାତି । ତତଲା କଢେଇରେ ସିଝୁଛି ସମଗ୍ର ଓଡ଼ିଶା । ଶୀତଳ ପବନ,ବର୍ଷା ପାଇଁ ଜୀବଜଗତ ତ୍ରାହି ତ୍ରାହି।ଗଣିଆ,ପୋଖରୀ ,ନଦୀ ନାଳ ସବୁ ଶୁଖିଲା । ପାଣି ପାଇଁ ଛଟପଟ ହେଉଛି ଜୀବଜଗତ । ଏଭଳି ସମୟରେ ଓଡ଼ିଶା ବ୍ରାହ୍ମଣ ମହାସଂଘ , ରାଇରଙ୍ଗପୁର ଶାଖା ଆନୁକୂଲ୍ୟରେ ରାଇରଙ୍ଗପୁର ର ପ୍ରସିଦ୍ଧ ପୁରାତନ ରଘୁନାଥ ଜୀଉ ମଠ ପରିସରରେ ଏକ ରୁଦ୍ରାଭିଷେକ କାର‌୍ୟ୍ୟକ୍ରମ ଆୟୋଜନ କରାଯାଇଥିଲା । ଏଥିରେ ରୀତିନୀତି ଅନୁସାରେ ପୂଜକଙ୍କ ଦ୍ୱାରା ପୂଜନ‌ କରାଯାଇଥିଲା ।ଇନ୍ଦ୍ର ଦେବତା ଶାନ୍ତି ହୁଅନ୍ତୁ । ବର୍ଷା ହେଉ ।ଧରିତ୍ରୀ ଶୀତଳ‌ହେଉ ।ସମଗ୍ର ଜୀବଜଗତ ଜଳକ୍ଳିଷ୍ଟ ଓ ଉତ୍ତପ୍ତ ଗରମ ପବନରୁ ରକ୍ଷା ପାଆନ୍ତୁ ଏହାହିଁ ଏହି ରୁଦ୍ରାଭିଷେକର ଉଦେଶ୍ୟ ବୋଲି ସଭାପତି ଗଣେଶ ମିଶ୍ର ସୂଚନା ଦେଇଥିଲେ । ଏଥିରେ ଆଖପାଖ ଅଂଚଳର ବହୁ ସଦସ୍ୟ‌ ସାମିଲ ହୋଇ ବାବାଙ୍କର ଆଶୀର୍ବାଦ ନେଇଥିଲେ । କାର‌୍ୟ୍ୟକ୍ରମ ପରିଚାଳନାରେ ସୁବାଷ ତ୍ରିପାଠୀ, ଚିତ୍ତରଞ୍ଜନ ତ୍ରିପାଠୀ, ଅର୍ଦ୍ଧେକ ଦୁଇ ଶେଖର ରଥ, ଅଳକା ରଥ,ସୁବାସିନୀ ନନ୍ଦ,ତରୁଣ ନନ୍ଦ,ଅମ୍ରିତା ନନ୍ଦ, ଶିବାନୀ ମାନସ ମିଶ୍ର, ଲିଲି ଦାସ , ରିକୁନ ପ୍ରମୁଖ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ