ଓକିଲ ସଂଘ ପକ୍ଷରୁ ଓକିଲ ଦିବସ ଓ ମଧୁ ଜୟନ୍ତୀ ପାଳିତ

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଓକିଲ ସଂଘ ପକ୍ଷରୁ ଓକିଲ ଦିବସ ଓ ମଧୁ ଜୟନ୍ତୀ ସ୍ଥାନୀୟ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ରାଇରଙ୍ଗପୁର ଓକିଲ ସଙ୍ଘର ସଭାପତି ଅକ୍ଷୟ ମହାନ୍ତିଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ଓଡିଶା ଉଚ୍ଚ ନ୍ୟାୟାଳୟର ମାନ୍ୟବର ବିଚାରପତି ଶତ୍ରୁଘ୍ନ ପୂଝାରୀ,ମାନ୍ୟବର ବିଚାରପତି ଦେବବ୍ରତ ଦାସ, ଜିଲ୍ଲା ଦୌରାଜଜ୍ ଦୀପକ ପଟନାୟକ, ସର୍ବ ଭାରତୀୟ ଓକିଲ ସଙ୍ଘର ଉପ-ଉପାଧ୍ୟକ୍ଷ ଦେବୀପ୍ରସନ୍ନ ଧଳ ପ୍ରମୁଖ ଯୋଗ ଦେଇ ମଧୁ ବାବୁଙ୍କର ଗାଥାକୁ ବର୍ଣନା କରିଥିଲେ । ପ୍ରାରମ୍ଭରେ ଅତିଥି ଗଣ ରାଇରଙ୍ଗପୁର କଚେରୀ ପରିସରରେ ଥିବା ମଧୁବାବୁଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।ପରେ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ମଧୁବାବୁଙ୍କ ସ୍ମୃତି ଚାରଣ ସଭାରେ ଅତିଥିଗଣ ଯୋଗ ଦେଇଥିଲେ । ସେଠାରେ ଅତିଥି ଗଣ ଜଗନ୍ନାଥଙ୍କ ପାଖରେ ପ୍ରଦୀପ ପ୍ରଜ୍ବଳନ କରିବା ସହ ମଧୁବାବୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ ।ପରେ ରାଇରଙ୍ଗପୁର ଶିଶୁ ମନ୍ଦିର ତରଫରୁ ବନ୍ଦେ ଉତ୍କଳଜନନୀ ଗାନ କରାଯାଇଥିଲା । ଓକିଲ ଦିବସ ଅବସରରେ ମୟୂରଭଞ୍ଜ ଜିଲ୍ଲାର ବର୍ଷିଆନ ତଥା ରାଇରଙ୍ଗପୁରର ବିଶିଷ୍ଟ ଓକିଲ, ରସାନନ୍ଦ ଲେଙ୍କା(୯୧), ପ୍ରଭାସ କବି, ଗୋପୀନାଥ ମାରାଣ୍ଡି, ମଧୁବାବୁଙ୍କ ଉତ୍କଳ ପ୍ରଦେଶ ଗଠନରେ ତାଙ୍କର ଅବଦାନ ଉପରେ ଆଲୋକପାତ କରିଥିଲେ ।ପରେ ମଞ୍ଚାସିନ ଅତିଥି ସାଂପ୍ରତିକ ପରିସ୍ଥିତିରେ ଓକିଲ ବଂଧୁମାନେ ମଧୁବାବୁଙ୍କ ତ୍ଯାଗମୟ ଜୀବନରୁ କିଛିଟା ନିଜ ଜୀବନରେ ନିଭାଇବା ଉଚିତ ଓ ଗରୀବ, ଅସହାୟମାନଙ୍କୁ କିଛି ଟା ନ୍ୟାୟ ପ୍ରଦାନରେ ସାହାଯ୍ୟ କଲେ ତାହା ହିଁ ହେବ ମଧୁବାବୁଙ୍କ ପ୍ରତି ଶ୍ରେଷ୍ଟ ଶ୍ରଦ୍ଧାଞ୍ଜଳି । ତତ ସହିତ ଓକିଲମାନେ ଅଧିକ ପଠନ,ପରିଶ୍ରମ ଓ କାର୍ଯ୍ୟ ବ୍ୟସ୍ତ ରହିଲେ ସଫଳ ଓକିଲ ହୋଇପାରିବେ ବୋଲି ମତ ବ୍ୟକ୍ତ ରଖିଥିଲେ I ଏହା ସହ ସାମାଜିକ ସେବାରେ ମଧ୍ୟ କିଛିଟା ଯୋଡି ହେଲେ ସମାଜର ବିକାଶ ହୋଇପାରିବ ବୋଲି କହିଥିଲେ ।ଏହି କାର୍ଯ୍ୟକ୍ରମରେ ରାଇରଙ୍ଗପୁର ଓକିଲ ସଂଘର ସଂପାଦକ ହରି ଚରଣ ସାହୁ, ରାଇରଙ୍ଗପୁର କୋର୍ଟ ର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଦୀପକ କୁମାର,ସଵଜଜ୍, ବାସୁଦେବ ଆଚାର୍ଯ୍ୟ,ଏସଡିଜିଏମ ସ୍ମରଣିକା ପ୍ରଧାନ, ଜେଏମଏଫସି ମୋନିକା ଆଚାର୍ଯ୍ୟ,,କରଂଜିଆ କୋର୍ଟର ଏଡିଜେ ପ୍ରଶାନ୍ତ ମିଶ୍ର,ଏସଡିଜିଏମ ଲିପି ମହାନ୍ତି, ଯଶିପୁର କୋର୍ଟର ବିଦ୍ୟୁତ ଲତା ପ୍ରଧାନ, ଉପଜିଲ୍ଲାପାଳ ସରୋଜ କୁମାର ଦାସ, ଉପଖଣ୍ଡ ବନାଧିକାରୀ ନଳିନୀକାନ୍ତ ବେହେରାଙ୍କ ସମେତ ବହୁ ଓକିଲ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ