ସିବିଏସଇ ୨୫-୨୬ ପରୀକ୍ଷାରେ ଉଦିତଙ୍କ ସଫଳତା
ବୁଗୁଡା, (ଅନୀଲ କୁମାର ମହାରଣା) : ଗଞ୍ଜାମ ଜିଲ୍ଲାର ବୁଗୁଡା ସହରର ବିଶିଷ୍ଟ ବ୍ୟକ୍ତି ବ୍ରଜ ବିହାରୀ ପ୍ରଧାନଙ୍କ ପୁଅ ଉଦିତ ନାରାୟଣ ପ୍ରଧାନ ୨୦୨୫-୨୬ ସିବିଏସଇ ପରୀକ୍ଷାରେ ୯୫.୬ % ମାର୍କ ରଖି ଉତ୍ତୀର୍ଣ୍ଣ ହୋଇ ଅଞ୍ଚଳ ପାଇଁ ଗର୍ବ ଆଣିପାରିଛନ୍ତି। ଉଦିତ ନାରାୟଣ ଓଡିଏମ ଗ୍ଲୋବାଲ ସ୍କୁଲରେ ଅଧ୍ୟୟନ କରି ବିଦ୍ୟାଳୟର ପ୍ରଥମ ପାଞ୍ଚ ଜଣଙ୍କ ମଧ୍ୟରେ ରହି ସ୍କୁଲର ଦଶମ ଶ୍ରେଣୀର ଐତିହ୍ୟ ଜାରି ରଖିପାରିଛନ୍ତି। ତାଙ୍କର ଦଶମ ଶ୍ରେଣୀ ସିବିଏସଇ ର ଉତ୍କୃଷ୍ଟ ଫଳାଫଳ ପାଇଁ ସ୍କୁଲ ସମେତ ଅଞ୍ଚଳ ଗର୍ବିତ। ଏହି ସଫଳତା ଉଦିତଙ୍କ ଅଟଳ ପ୍ରତିବଦ୍ଧତା, ସ୍କୁଲ ଅଧ୍ୟାପକଙ୍କ ସମର୍ପଣ ଏବଂ ଅଭିଭାବକଙ୍କ ଅମୂଲ୍ୟ ସହଭାଗୀତାକୁ ପ୍ରତିଫଳିତ କରେ।


