ଯୁବ ଇଞ୍ଜିନିଅର ଜ୍ୟୋତି ଶଙ୍କରଙ୍କ ଅକାଳ ବିୟୋଗ

ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକ ଢେଙ୍କା ଗ୍ରାମର ଯୁବ ଇଞ୍ଜିନିଅର ଜ୍ୟୋତି ଶଙ୍କର ନାୟକଙ୍କ ୩୨ ବର୍ଷ ବୟସରେ ଅକାଳ ବିୟୋଗ ଘଟିଛି। ସେ ପୂର୍ବତନ ଜିଲ୍ଲାପରିଷଦ ରବୀନ୍ଦ୍ର ନାୟକ ଙ୍କ ବଡ଼ ପୁଅ ଥିଲେ। ଗତ ଦୁଇ ବର୍ଷ ହେଲା ସେ ଦୁରାରୋଗ୍ୟ ରୋଗରେ ପୀଡିତ ଥାଇ ଚିକିତ୍ସିଚିତ ହେଉଥିଲେ। ଆଜି ଭୋର ସମୟରେ ଭୁବନେଶ୍ୱର ର ଏମ୍ସ ହସ୍ପିଟାଲ ରେ ତାଙ୍କର ପରଲୋକ ଘଟିଥିଲା। ସେ ଜଣେ ମେଳାପୀ, ପରୋପକାରୀ ଯୁବକ ଭାବେ ସମଗ୍ର ଅଞ୍ଚଳରେ ପରିଚିତ ଥିଲେ। ତାଙ୍କର ଅକାଳ ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ତାଙ୍କ ପରଲୋକ ଖବର ପାଇ ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ପୂର୍ବତନ ବିଧାୟକ ଭାଗିରଥି ସେଠୀ, ପୂର୍ବତନ ବିଧାୟକ ମାୟାଧର ଜେନା, ବିଜେପି ନେତା ଆଲୋକ ସେଠୀ, ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେହିପରି ବିଜୟ ରାଉତ,  ଯୁଧିଷ୍ଠିର ମଲ୍ଲିକ, ସୁରେନ୍ଦ୍ର ଜେନା, ଧବଳେଶ୍ୱର ପଟ୍ଟନାୟକ, ପବିତ୍ର ମୋହନ ପେଡା, ପରମେଶ୍ୱର ମଲ୍ଲିକ, କୃଷ୍ଣ ଚନ୍ଦ୍ର ଜେନା, ଅମୀୟ ନାୟକ, ଦେବେନ୍ଦ୍ର ଜେନା, କିଶୋର ଆଚାର୍ଯ୍ୟଙ୍କ ସମେତ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ