ପୋଲସରା ଓ ବୁଗୁଡ଼ା ରେ ବିଜୁବାବୁଙ୍କ ତିରୋଧାନ ଦିବସ

ପୋଲସରା/ବୁଗୁଡ଼ା (ଅନୀଲ କୁମାର ମହାରଣା): ପୋଲସରା ନିର୍ବାଚନ ମଣ୍ଡଳୀର ପୋଲସରା ଓ ବୁଗୁଡ଼ାରେ ବିଜେଡି ପକ୍ଷରୁ ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ରନାଥ ପ୍ରଧାନ ଏବଂ ବୁଗୁଡ଼ା ବ୍ଲକ ଓ ନଗର ସଭାପତି ଖଦାଳ ଖଟେଇ ଓ କେ ତ୍ରିଲୋଚନ ଦୋରା ଙ୍କ ତତ୍ୱାବଧାନ ରେ ବିଜୁବାବୁ ଙ୍କ ୨୯ତମ ତିରୋଧାନ ଦିବସ ଏପ୍ରିଲ ୧୭ ତାରିଖ ଦିନ ପାଳିତ ହୋଇଯାଇଛି । ଏହି ଦୁଇ ସହରର କାର୍ଯ୍ୟକ୍ରମରେ ପୂର୍ବତନ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ ଯୋଗଦେଇ ପୋଲସରା ବସଷ୍ଟାଣ୍ଡ ଓ ବୁଗୁଡ଼ା ବସଷ୍ଟାଣ୍ଡ ଠାରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରିବା ସହିତ  ପୋଲସରା ଓ ବୁଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ରୋଗୀମାନଙ୍କୁ ଫଳ ବଣ୍ଟନ କରି ଆରୋଗ୍ୟ କାମନା କରିଥିଲେ। ବିଜେଡିର ବିଜୁବାବୁଙ୍କ ତିରୋଧାନ ଦିବସ କାର୍ଯ୍ୟକ୍ରମରେ ପୋଲସରା ବ୍ଲକ ଅଧକ୍ଷା କଳ୍ପନା କୁମାରୀ ପ୍ରଧାନ, ଉପାଧକ୍ଷ  କାହ୍ନୁଚରଣ  ପରିଡା, ଏନ୍ ଏ ସି ଉପାଧ୍ୟକ୍ଷ ସନ୍ତୋଷ କୁମାର ବେହେରା, ଜିଲ୍ଲା ପରିଷଦ ସଦସ୍ୟ ଅଶୋକ କୁମାର ବିଷୋୟୀ, ବିକ୍ରମ କୁମାର ନାୟକ, ନଗର ସଭାପତି ଗୋପାଳ ସାହାଣୀ, କନକ ରାଉତ, ବନ୍ଥପଲ୍ଲୀ ସରପଞ୍ଚ ପବିତ୍ର  ରାଉତ, ବିଜୟ ସ୍ବାଇଁ, ଜକର ସରପଞ୍ଚ ଦୀପିକା ବାରିକ, ନିବାସୀ ପରିଡ଼ା, ନଗର ବିଜେଡି ସମ୍ପାଦକ ବାବୁଲା ପଟ୍ଟନାୟକ ଏବଂ ବୁଗୁଡ଼ା ବ୍ଲକର ବ୍ଳକର ସୁଧାଂଶୁ ଶେଖର ପାଢ଼ୀ, କବିରାଜ ଗୌଡ଼, ସୁବ୍ରତ ରାଖଲ ଦାସ, କିଶୋର ବେହେରା, ଚିକୁ ବାରିକ, ମନୋରଞ୍ଜନ ଦାସ, ଜିତେନ୍ଦ୍ର କୁମାର ନାୟକ, କାର୍ତ୍ତିକ ସାହାଣୀ, ମନ୍ମଥ ସାମଲ, ସୂର୍ଯ୍ୟନାରାୟଣ ମହାନ୍ତି, ହରିହର ବିଷୋୟୀ, ଭାଗ୍ଯଲତା ରାଉତ, ଚିତ୍ରସେନ ନାୟକ, ନାରାୟଣ ସାହୁ ସମେତ ବହୁ ବିଜୁ ପ୍ରେମୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ