ଆଦିକବି ସାରଳାଦାସ ମହାବିଦ୍ୟାଳୟ ୧୯୯୧ ବ୍ୟାଚ ବନ୍ଧୁ ମିଳନ

ଜଗତସିଂହପୁର (ଅଭିଷେକ ତ୍ରିପାଠୀ) :- ଆଦିକବି ସାରଳାଦାସ ମହାବିଦ୍ୟାଳୟର ୧୯୯୧ +୩ କଳା ବିଭାଗର ସହପାଠୀଙ୍କ ଏକ ସହପାଠୀ ସମ୍ମେଳନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶତାଧିକ ସହପାଠୀ ଯୋଗଦେଇ ମହାବିଦ୍ୟାଳୟ ଅତୀତତର ସ୍ମୁତିକୁ ରୋମନ୍ଥନ କରିଥିଲେ । ପ୍ରାରମ୍ଭରେ ପରଲୋକଗତ ୬ ଜଣ ସହପାଠୀ ଓ ଦୁଇ ତତ୍କାଳୀନ ଅଧ୍ୟକ୍ଷ ଙ୍କ ସ୍ମୁତି ଉଦ୍ଦେଶ୍ୟ ରେ ନୀରବ ପ୍ରାର୍ଥନା କରାଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। କିଶୋର ଚନ୍ଦ୍ର ମିଶ୍ର ବେଦପାଠ ଓ ମୀର ଆହାବାବ ଅଲ୍ଲୀ କୋରାନ ପାଠ କରିବା ପରେ ଭଜନ ଓ ଓଡିଶୀ ନ୍ରୁତ୍ୟ ପରିବେଶଣ କରାଯାଇଥିଲା । ଅମରଜ୍ୟୋତି ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ପୁଷ୍ପାଞ୍ଜଳି ବାରିକ ସ୍ବାଗତ ଭାଷଣ ଓ ବଟକୃଷ୍ଣ ଦାଶ ଏହି ସମ୍ମେଳନର ଆଭିମୁଖ୍ୟ ପ୍ରଦାନ କରିଥିଲେ। ସହପାଠୀଙ୍କ ଫଟୋଟିଏ ସମ୍ମିଳିତ ଏକ ସ୍ମୁତିପତ୍ର ‘ସାଉଁଟ ସ୍ମୁତିର ସନ୍ତକ – ୧୯୯୧’ ରଉନ୍ମୋଚନ କରାଯାଇଥିଲେ। ଉପସ୍ଥିତ ସହପାଠୀ ସାଂସ୍କୃତିକ ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ସହପାଠୀ ସୋମାଂଶୁ ଜେନା , ସୁଶାନ୍ତ ଜେନା, ସ୍ମିତାଞ୍ଜଳି ସ୍ବାଇଁ, ବିଜୟାଲକ୍ଷ୍ମୀ କର, ପ୍ରେମଚାନ୍ଦ ମହାନ୍ତି, ବିଜୟ ସାହୁ, ତପନ ମହାପାତ୍ର, ଶିବାନୀ ଶୁଭଦର୍ଶିନୀ, ରମେଶ ପଟ୍ଟନାୟକ, ଦେବେନ୍ଦ୍ର ନାୟକ, ସ୍ମସିତା ମହାନ୍ତି, ସଂଯୁକ୍ତା ମିଶ୍ର, ପ୍ରଶାନ୍ତ ନାୟକ, ପ୍ରଶାନ୍ତ ମୁଦୁଲି, ପ୍ରଶାନ୍ତ ବିଶ୍ବାଳ, ସସ୍ମିତା ମହାପାତ୍ର, ଯୋଗଣିଆ, ସାରଦା ଚରଣ ମହାରଣା, ମମତା ମହାନ୍ତି, ଅଶୋକ ଦାସ, ପିତାମ୍ବର ପଣ୍ଡା, ସ୍ନିଧାମୟୀ ଦାସ, ତ୍ରିଲୋଚନ ମହାପାତ୍ର, ପ୍ରଶାନ୍ତ ପରିଡ଼ା,ବାଦଲ ବେହେରା,ତ୍ରିଲୋଚନ ଦାସ,ନାରାୟଣ ବେହେରା,ରବୀନ୍ଦ୍ର ସାହୁ,ଦୀପକ ମହାନ୍ତି, ମାୟାଧର ଦାସ, ଅଶ୍ୱିନ ବିଶ୍ଵାଳ,ପଦ୍ମନାଭ ସାହୁ,ସୁଧାକର ନାୟକ, ବିବେକାନନ୍ଦ ଦାସ,ପ୍ରଦ୍ୟୁମ୍ନ ନାୟକ,ସନ୍ତୋଷ ଶତପଥୀ, ପ୍ରକାଶ ସାହୁ, ଆଶୁତୋଷ ସାହୁ ପ୍ରମୁଖ କାର‌୍ୟ୍ୟକ୍ରମ ପରିଚାଳନା ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ