ଗଜପତିରେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଜଳଛତ୍ର
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ କଲେଜ ଛକ ନିକଟରେ ଶନିବାର ଦିନ ଜଳଛତ୍ର ଖୋଲାଯାଇଥିଲା I ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଏବଂ ବିଧାୟକ ତଥା ରାଜ୍ୟ ଛାତ୍ର ଜନତା ଦଳର ସଭାପତି ଦେବୀ ରଞ୍ଜନ ତ୍ରିପାଠୀଙ୍କ ନିର୍ଦ୍ଦେଶ କ୍ରମେ ଗଜପତି ଜିଲ୍ଲା ବିଜୁ ଛାତ୍ର ଜନତା ଦଳର ସଭାପତି ବିଶ୍ୱଜିତ ତ୍ରିପାଠୀ ଙ୍କ ନେତୃତ୍ୱରେ ଜଳଛତ୍ର ଉଦଘାଟନ ହୋଇଥିଲା । ଏଥିରେ ଦହି ପଣା ବଣ୍ଟନ ହୋଇଥିଲା ଏଥିରେ ଯୋଗ ଦେଇଥିଲେ ରାଜଜେମା ସୁଶ୍ରୀ କଲ୍ୟାଣି ଗଜପତି, ବରିଷ୍ଠ ନେତା ଲକ୍ଷ୍ମୀ ପରିଚ୍ଛା,ଯୁବ ସଭାପତି ଏସ ଲିଙ୍ଗରାଜ, ପାରଳାଖେମୁଣ୍ଡି ପୌର ପରିଷଦ ଅଧ୍ୟକ୍ଷା ନିର୍ମଳା ସେଠୀ, ଉପାଧ୍ୟକ୍ଷ ଲେଙ୍କା ମଧୁ ଓ ୱାଡ଼ର କାଉନସିଲର, ବରିଷ୍ଠ ନେତା ସୁଜିତ ଦାଶ,ମୋ ପରିବାରର ସଂଯୋଜିକା ଇନ୍ଦିରା ପଟ୍ଟନାୟକ, ଜମାଦାର ପଟ୍ଟନାୟକ ଓ ବହୁ ଛାତ୍ର ନେତା ଯୋଗ ଦେଇ ଏହି କାର୍ଯ୍ୟକ୍ରମକୁ ସଫଳ ମଣ୍ଡିତ କରିଥିଲେ ।


