ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ କାତି ଖେଳ ପ୍ରତିଯୋଗିତା ଅନୁଷ୍ଠିତ
ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ମୟୁରଭଞ୍ଜ ଜିଲ୍ଲା ତିରିଂ’ ବ୍ଲକ ଅନ୍ତର୍ଗତ ନାରାନପୁର ସ୍ଥିତ ବିଦୁ-ଚାନ୍ଦାନ ମିନି ଷ୍ଟାଡିଅମ ଠାରେ ଟାଟାଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ବହୁ ପୁରାତନ ଖେଳ କାତି’ ଖେଳ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି କାତି’ ଖେଳ ପ୍ରତିଯୋଗିତାରେ ଝାରଖଣ୍ଡ ଓ ସ୍ଥାନୀୟ ଓଡିଶା ଅଞ୍ଚଳର ବିଭିନ୍ନ ଗ୍ରାମରୁ ମୋଟ ୩୨’ ଟି ଦଳ ପ୍ରତିଯୋଗିତାରେ ଭାଗ ନେଇଥିଲେ । ଏଥିରେ ଝାରଖଣ୍ଡ ଅଞ୍ଚଳର ୧୬’ ଟି ଏବଂ ଓଡିଶା ଅଞ୍ଚଳର ୧୬’ ଟି ଦଳ ଅଂଶ ଗ୍ରହଣ କରିଥିଲେ। ଆଦିବାସୀ ସମ୍ପ୍ରଦାୟରେ ଖେଳା ଯାଉଥିବା ଏହି ପାରମ୍ପାରିକ ପ୍ରାଚୀନ ଖେଳ ବିଭିନ୍ନ ଗ୍ରାମର ଦଳ ମାନଙ୍କ ମଧ୍ୟରେ ବିଧିବଦ୍ଧ ଭାବେ ଆମନ୍ତ୍ରଣ ପୂର୍ବକ ବନ୍ଧୁତ୍ୱପୂର୍ଣ୍ଣ କାତି’ ଖେଳ ପ୍ରତିଯୋଗିତା ଅନୁଷ୍ଠିତ ହେଉଥିଲା। ତେବେ ଲୋପ ପାଇବାକୁ ବସିଥିବା ଏହି ପ୍ରାଚୀନ ଖେଳ କୁ ଟାଟାଷ୍ଟିଲ ଟ୍ରାଇବଲ ଟ୍ରଷ୍ଟ ପକ୍ଷରୁ ବିଭିନ୍ନ ଅଞ୍ଚଳରେ ପ୍ରତିଯୋଗିତା ମାନ ଆୟୋଜିତ କରି ଉଜ୍ଜିବିତ କରିବକୁା ପ୍ରୟାସ ଜାରି ରହିଛି। କାତି’ ଖେଳ ପ୍ରତିଯୋଗିତାରେ ପ୍ରତି ଦଳରେ ୧୦’ ଜଣ ଲେଖାଏଁ ଖେଳାଳୀ ରହୁଥିବାବେଳେ ଉଭୟ ଦଳ ପକ୍ଷରୁ ୦୯’ ଜଣ ଲେଖାଏଁ ଖେଳାଳୀ କାତି’ ଖେଳ ଖେଳିଥାନ୍ତି। ଟାଟା-ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ସମସ୍ତ ଦଳକୁ ଜର୍ସି ପ୍ରଦାନ କରାଯାଇଥିବା ବେଳେ ଉଭୟ ପକ୍ଷର ୧୬’ ଟି ଦଳକୁ ମାନପତ୍ର ସହିତ ଆଦିବାସୀ’ଙ୍କ ବାଦ୍ୟ ଯନ୍ତ୍ର ମାଦଳ ଓ ନାଗରା (ଧୁମସା) ପ୍ରଦାନ କରାଯାଇଥିଲା। ବର୍ତ୍ତମାନ ର ପ୍ରଚଣ୍ଡ ଖରାରେ ଦିନ ତମାମ ଅପରାହ୍ନ ପର୍ଯ୍ୟନ୍ତ ପ୍ରତିଯୋଗିତା ଚାଲିଥିବା ବେଳେ ଦର୍ଶକ ମାନଙ୍କ ମଧ୍ୟରେ ମଧ୍ୟ ବେଶ୍ ଉତ୍ସାହ ଦେଖିବାକୁ ମିଳିଥିଲା । ଟାଟାଷ୍ଟିଲ ଟ୍ରାଇବଲ ଫାଉଣ୍ଡେସନ (ଟିସିଏସ) ଦ୍ୱାରା ପରିଚାଳିତ ସାନ୍ତାଳୀ ଶିକ୍ଷାକନ୍ଦ୍ର (ଅଲ ଇତୁନ ଆଶ୍ଳା) ର ଶିକ୍ଷକ’ଙ୍କ ତତ୍ବାବଧାନରେ ଏହି ପ୍ରାଚୀନ ଖେଳ ପରିଚାଳିତ ହୋଇଥିବା ବେଳେ ଉପସ୍ଥିତ ଥିବା ଟିସିଏସ ର ଅଧିକାରୀ ଏବଂ ନିମନ୍ତ୍ରିତ ଅତିଥି’ଙ୍କ ଦ୍ୱାରା ପୁରସ୍କାର ଏବଂ ମାନପତ୍ର ପ୍ରଦାନ କରା ଯାଇଥିଲା ।