କେନାଲରେ ବୁଡିଯାଇ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ
ହାଟଡିହି, (ବିକାଶ ବିଶ୍ୱାଳ) :-ଶୌଚ ହେବାକୁ ଯାଇଥିବା ବେଳେ ମରୈଗାଁ ଗ୍ରାମର ଜଣେ ବ୍ୟକ୍ତି କେନାଲରେ ବୁଡି ଯାଇ ମୃତ୍ୟୁବରଣ କରିଥିବା ଜଣାଯାଇଛି । ଖବରରୁ ଜଣାଯାଇଛି ଯେ ମରୈଗାଁ ଗ୍ରାମର ଯଦୁମଣି ଯେନାଙ୍କ ପୁଅ ଉମାକାନ୍ତ ଯେନା (୪୨) ଗାଁ ପଛପଟ କେନାଲକୁ ଶୌଚ ହେବାକୁ ଯାଇ କେନାଲରେ ଗୋଡ ଖସିଯିବାରୁ ପାଣିରେ ବୁଡି ଯାଇଥିଲେ । ସ୍ଥାନୀୟ ଲୋକମାନେ ତାଙ୍କୁ ଉଦ୍ଧାରକରି ଆମ୍ବୁଲାନସ ଯୋଗେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବରପାଇ ସୋସୋ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁକରି ଶବକୁ ବ୍ୟବଚ୍ଛେଦ କରି ତଦନ୍ତ ଚଳାଇଛି । ବ୍ୟବଚ୍ଛେଦ ହୋଇ ମରଶରୀର ଗାଁକୁ ଆସିବାପରେ ଏକ ଶୋକାକୁଳ ପରିବେଶରେ ଗାଁରେ ସଂସ୍କାର କରାଯାଇଥିଲା । ସେ ଜଣେ ଅତ୍ୟନ୍ତ ଗରିବ ଶ୍ରେଣୀର ଓ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିବାରୁ ତାଙ୍କର ଏପରି ଅକାଳ ବିୟୋଗରେ ପରିବାରଟି ସମ୍ପୁର୍ଣ୍ଣ ବେସାହାରା ହୋଇଯାଇଛି । ଉକ୍ତ ପରିବାରକୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି ।