ଶିଶୁ ଅଧିକାର ସପ୍ତାହ ପାଳିତ

ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ୍‌) : ଶିଶୁର ଚାରୋଟି ଅଧିକାର ରହିଛି । ସେହି ଅଧିକାରରେ ସମସ୍ତ ଶିଶୁ ନିଜର ସ୍ୱାଧୀନତାର ସହ ଖେଳିବା (ଖେଳିବା ପାଇଁ ଆବଶ୍ୟକୀୟ ପଡ଼ିଆ), ପଢିବା (ସେଥିପାଇଁ ଉପଯୁକ୍ତ ପାଠ୍ୟକ୍ରମ) ଇତ୍ୟାଦି ନିଜର ସ୍ୱାଧୀନତାର କାର୍ଯ୍ୟ କରିବା ଏହା ହେଲା ଶିଶୁର ଅଧିକାର । ଯେପରିକି ୬ରୁ ୧୪ ବର୍ଷ ପର୍ଯ୍ୟନ୍ତ ସମସ୍ତ ଶିଶୁ ବିଦ୍ୟାଳୟ ଯିବା ଏବଂ ଶ୍ରମ ଠାରୁ ଦୂରେଇ ରହିବା ଦରକାର । ଏହି ସ୍ଲୋଗାନ ନେଇ ସ୍ୱେଚ୍ଛାସେବୀ ସେବା କେନ୍ଦ୍ର, ଶିଶୁ ଓ ମହିଳା ବିକାଶ କେନ୍ଦ୍ର ଏବଂ ଆକ୍ସନଏଡ୍‌ର ମିଳିତ ସହଯୋଗରେ ଶିଶୁ ଅଧିକାର ସପ୍ତାହ ୨୦୧୯ ପାଳନ କରାଯାଇଛି । ଏଥିରେ ରାଜଧାନୀର ୧୦ରୁ ଅଧିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଯୋଗ ଦେଇ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପରିଚୟ ଫାଉଣ୍ଡେସନର ସଭାପତି ରୋଜାଲିନ୍ ପାଟ୍ଟଶାଣି ମିଶ୍ର ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବରେ ଶିଶୁ ସୁରକ୍ଷା ସମିତିର ଅଧ୍ୟକ୍ଷ ପର୍ଶୁରାମ ମହାରଣା ଏବଂ ଆକ୍ସନଏଡ୍‌ର କାର୍ଯ୍ୟକ୍ରମ ସଂଯୋଜକ ଘାଷିରାମ ପଣ୍ଡା, ଶିଶୁ ଓ ମହିଳା ବିକାଶ କେନ୍ଦ୍ରର ସମ୍ପାଦକ ସଦାଶିବ ସ୍ୱାଇଁ, ନିଶା ନିବାରଣ ମଞ୍ଚର ସଭାପତି ଇମ୍ରାନ ଅଲ୍ଳୀ ଖାନ ପ୍ରମୁଖ ଯୋଗ ଦେଇଥିଲେ । ସ୍ୱେଚ୍ଛାସେବୀ କେନ୍ଦ୍ରର ଉପଦେଷ୍ଟା ଡଃ ସାଧନା ଶତପଥୀ, ଡଃ କୈଳାସ ଚନ୍ଦ୍ର ଦାସ ଓ ଉପସଭାପତି ଡଃ ରୀତା ପତି ପ୍ରମୁଖ ଯୋଗ ଦେଇ ଶିଶୁମାନଙ୍କୁ ଉତ୍ସାହିତ କରିଥିଲେ । କେନ୍ଦ୍ର ସମ୍ପାଦକ ବାପି ନାୟକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ସଂଯୋଜକ ଶ୍ରୀରାମ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସାଗର ପ୍ରଧାନ, ଜ୍ୟୋତ୍ସ୍ନାରାଣୀ ଦାସ, ସନ୍ତୋଷ କୁମାର ସାହୁ ପ୍ରମୁଖ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ