ମହିଳାଙ୍କ ମୃତ୍ୟୁ : କାରଣ ଅସ୍ପଷ୍ଟ

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ମୟୂରଭଞ୍ଜ ଜିଲ୍ଲାର ବହଳଦା ଥାନା ଅନ୍ତର୍ଗତ ଵଡପଳାଶା ଗ୍ରାମର ଜନୈକ ମହିଳାଙ୍କ ମୃତ୍ୟୁକୁ ନେଇ ଚାପା ଉତ୍ତେଜନା ଚାଲିଛି ।ସୂଚନା ଯୋଗ୍ୟ ବଡପଳଶା ଗ୍ରାମର ଚନ୍ଦନ ସାହୁଙ୍କ ପତ୍ନୀ ତୁଳସୀ ସାହୁ(୩୫) ଙ୍କୁ ପ୍ରରିବାର ଲୋକେ କବାଟ ତାଡ଼ି ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସରେ ରାଇରଙ୍ଗପୁର ଡାକ୍ତରଖାନାକୁ ଆଣିଥିଲେ । ଡାକ୍ତର ମୂତ ଘୋଷଣା କରିଥିଲେ । ଘଟଣାଟି ଆଜି ଅପରାହ୍ନରେ ଘଟିଥିଲା । ପୋଲିସ ଖବର ପାଇ ପହଞ୍ଚି ତଦନ୍ତ କରୁଛି । ମହିଳାଙ୍କ ପରିବାର ତରଫରୁ କିଛି ଏତଲା ଦିଆଯାଇ ନାହିଁ । ଆସନ୍ତାକାଲି ଘଟଣା, ପାରିପାର୍ଶ୍ବିକ ଓ ପରିବାରଙ୍କ ଏତଲାକୁ ନେଇ ପୋଲିସ ମାମଲା ରୁଜୁ କରିବ । ଏପର୍ଯ୍ୟନ୍ତ ମୃତ୍ୟୁର କାରଣ ଅସ୍ପଷ୍ଟ !

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ